
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବଝଂ।ରି ଅଲେଖ ମହିମା ଆଶ୍ରମ ଠାରେ ଜନମ ମାଏଟ ବଞ୍ଚାଓ ସଂଘର୍ଷ ସମିତି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଣି ଖନନକୁ ବିରୋଧ କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କାରଣ ଏହା ଦ୍ୱାରା ପରିବେଶଉପରେ କି କି ପ୍ରଭାବ ପଡିବ । ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ । ଆଉ ଭାଇଚାରା ରହିବ ନାହିଁ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ।

ଖଣି ଖନନ ଦ୍ୱାରା ଲୋକମାନେ ବହୁତ ହଇରାଣ ହେଉଛନ୍ତି ..ଇଞ୍ଚ ଜମି ଖଣି ଖନନ ପାଇଁ ନଦେବାକୁ ଅଞ୍ଚଳବାସୀ ଅଡିବସିଛନ୍ତି । ଜାନଯାଉ କି ଜୀବନ ଯାଉ ଛାଡିବୁନି ଜନମ ମାଟି ବୋଲି ବିଭିନ୍ନ ନରା ଦେଇଥିଲେ । ଆଗକୁ ଜୋର୍ ଦାର୍ ଆନ୍ଦୋଳନ କରିବା ପାଇଁ ଜନମ ମାଏଟ ସଂଘର୍ଷ ସମିତି ଚେତାବନୀ ଦେଇଛନ୍ତି । ବୈଠକରେ ମୁଖ୍ୟ ଅତିଥି ଭାବରେ ଏସିଆ ମହାଦେଶର ପରିବେଶ ବିତ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ଥିବା ବେଳେ,ସମ୍ମାନିତ ଅତିଥି ଭାବରେ ବର୍ଥଲା ସରପଞ୍ଚ ଶ୍ରୀମତୀ କବିତାଞ୍ଜଳି ସାହୁ ଯୋଗ ଦେଇଥିଲେ ।

ଏମାନଙ୍କ ବ୍ୟତୀତ ବର୍ଥଲା ସମିତି ସଭ୍ୟ ହାଡିବନ୍ଧୁ ବରିହା, ବର୍ଥଲା ପୂର୍ବତନ ସରପଞ୍ଚ ରାଜୀବ ସାହୁ, ତେନ୍ତୁଳିମୁଣ୍ଡା ପୂର୍ବତନ ସରପଞ୍ଚ ବଂଶୀଧର ମେହେର , ସତ୍ୟ ସାଇ ଅନୁଷ୍ଠାନର ପ୍ରଶାନ୍ତ କୁମାର ପାଢ଼ୀ , ଗନ୍ଧର୍ବ ସୁନା, ଲୋୟରଶୁକତେଲ ସମିତିର ସତ୍ୟ ବନଛୋର , ଜିନ୍ଦାବାଦ ସଂଗଠନ ରେ ତ୍ରିଲୋଚନ ପୁଞ୍ଜି ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହି ବୈଠକରେ ଗିରିରାଜ ଭୋଇ ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ।






