
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ହରିଶଙ୍କର ସମ୍ମିଳନୀ କକ୍ଷରେ ସୁନୀଲ କୁମାର ମେହେରଙ୍କ ସଭାପତିତ୍ବରେ ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ ଓ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାଟଣାଗଡ଼ ଅଞ୍ଚଳର ବୁଦ୍ଧିଜିବୀ,ସ୍ଵେଚ୍ଛାସେବୀ, ଅନୁଷ୍ଠାନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ର ପ୍ରତିନିଧି ଯୋଗଦେଇ ଥିଲେ । ବୈଠକରେ ସୁରଖୁରରେ କିପରି ଉପଖଣ୍ଡ ସ୍ତରରେ ଲୋକ ମହୋତ୍ସବ ଓ ସାଧାରଣତନ୍ତ୍ର ଦିବସ ପାଳିତ ହେବ ଆଲୋଚନା ହୋଇଥିଲା। ଆଲୋଚନା ପାଇଁ ବିଭିନ୍ନ ବିଭାଗ ର ଦାୟିତ୍ଵ ବିଷୟରେ ଆଲୋଚନା ହୋଇଥିଲା ଶେଷରେ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ ଧନ୍ୟବାଦ ଦେଇ ସଭା ସାଙ୍ଗ ହୋଇଥିଲା।





