
ଉନ୍ନତି ପଥେ ଗଞ୍ଜାମ ଜିଲ୍ଲା | କୃଷି, ଭିତ୍ତିଭୂମି ଏବଂ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି | ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶ ଉପରେ ଗୁରୁତ୍ଵ ଦିଆଯାଉଛି | ଏହା ସହିତ ଗଞ୍ଜାମରେ ନୂତନ ଶିଳ୍ପାୟନ ଏବଂ ଗ୍ରାମୀଣ ବିକାଶ ମଧ୍ୟ ତ୍ୱରାନ୍ୱିତ ହେଉଛି| ସେହିପରି ଏବେ ପାଦେ ଆଗକୁ ବଢୁଛି ଗଂଜାମ | ତିଆରି କରାଯିବ ଡ୍ରୋନ୍ ,ଏଥିପାଇଁ ଇନ୍ଭେଣ୍ଟ୍ ଗ୍ରିଡ୍ ଇଣ୍ଡିଆ ପକ୍ଷରୁ ୩୦୦ କୋଟି ଟଙ୍କା ନିବେଶରେ ଏକ ମଲ୍ଟି-ଡ୍ରୋନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବାର ଯୋଜନା ରହିଛି ମଙ୍ଗଳବାର ଦିନ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷର ୧୪୪ତମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି | ଏହି ଖବର ପରେ ବେଶ ଖୁସି ଅଛନ୍ତି ଗଂଜାମବାସୀ | ଏହା ଦ୍ୱାରା କିଛି ଲୋକେ ନିଯୁକ୍ତି ପାଇବେ |ଏହି ପ୍ରକଳ୍ପ ନୁହେଁ ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି ସରକାର | ଏଥିପାଇଁ ୪ହଜାର ୧୧୨ କୋଟି ଟଙ୍କା ନିବେଶ କରାଯିବ | ଆଉ ଏହାଦ୍ବାରା ରାଜ୍ୟରେ ୧୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ |

ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ବାଲେଶ୍ବର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ କରାଯିବ | ଭଦ୍ରକରେ ନର୍ଦନଏକ୍ସପ୍ରେସ୍ ଇନ୍ଫ୍ରାଡେଭେଲପର୍ସ ପକ୍ଷରୁ ୩୩୯.୪୦ କୋଟି ଟଙ୍କା ନିବେଶରେ ଏକ ଜାହାଜ ନିର୍ମାଣ ଓ ମରାମତି କାରଖାନା ସ୍ଥାପନ କରାଯିବ | ସେମିତି ରେଳ ଉପକରଣ ନିର୍ମାଣ କାରଖାନା ,ଏକ ପୋଷାକ କାରଖାନା କରାଯିବ |ଏହା ବ୍ୟତୀତ ଔଷଧ କାରଖାନା , ଲୁହାପଥର ବିନିଫିକେସନ ପ୍ରକଳ୍ପ ,ଏବଂ ଏକ ପେଲେଟ୍ କାରଖାନା ନିର୍ମାଣ ,ପ୍ରାୟ ସବୁ ପ୍ରକଳ୍ପ ପାଇଁ 100 କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି ସରକାର ସବୁ ଜିଲ୍ଲାରେ ଗୋଟେ ଗୋଟେ ପ୍ରକଳ୍ପ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି |




