
ହଁ ଆଂଜ୍ଞା 12 ତାରିଖରେ ଅଖଚକ ସବୁ ବନ୍ଦ | ଗୋଟେ ବି ଗାଡି ଗଡିବନି | ଦୋକାନ ବଜାରରେ ପଡିବ ତାଲା | ଏ ନେଇ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ | ଚାରୋଟି ନୂତନ ଶ୍ରମ କୋଡ୍ ପ୍ରତ୍ୟାହାର ଏବଂ ମନରେଗା ଯୋଜନାର ସଂସ୍କାର ଦାବିରେ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି | ଏହି ଧର୍ମଘଟକୁ ସମର୍ଥନ କରିବ ରାଜ୍ୟ କଂଗ୍ରେସ ଆଉ ଜୋରଦାର ହେବ ବୋଲି କହିଛନ୍ତି , ପିସିସି ସଭାପତି ଭକ୍ତ ଚରଣ ଦାସ |ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି | ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି | ଏହି ଧର୍ମଘଟ ମାଧ୍ୟମରେ କଂଗ୍ରେସ ଓଡ଼ିଶାର ଘରୋଇ ଗ୍ରାହକମାନଙ୍କ ପାଇଁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଏବଂ ଚାଷୀଙ୍କ ପାଇଁ ସମ୍ପୂର୍ଣ୍ଣ ବିଦ୍ୟୁତ୍ ଶୁଳ୍କ ଛାଡ଼ କରିବାକୁ ଦାବି କରିଛି | ଧାନ ସଂଗ୍ରହ ବ୍ୟବସ୍ଥାରେ ସଂସ୍କାର ଏବଂ ସଠିକ୍ ସମୟରେ ସାର ବଣ୍ଟନ ପାଇଁ ଦଳ ପ୍ରଶାସନ ନିକଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି |

ଆଉ ଏହି ଧର୍ମଘଟରେ ଏଥିରେ ବ୍ୟାଙ୍କିଙ୍ଗ୍ ଏବଂ ସରକାରୀ କର୍ମଚାରୀ ସଂଘଗୁଡ଼ିକ ମଧ୍ୟ ସାମିଲ ହୋଇଛନ୍ତି | ବ୍ୟାଙ୍କ କର୍ମଚାରୀମାନେ ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଏବଂ ଅଷ୍ଟମ ପେ କମିଶନ ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି | ପୁରାତନ ପେନସନ ନୀତିର ପୁନଃ ପ୍ରଚଳନ ପାଇଁ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏହି ଦିନ ବିକ୍ଷୋଭ ପ୍ରଦର୍ଶନ କରାଯିବ..ତେବେ ବିଷ୍ମୟଭ ସମୟରେ ଦୋକାନ, ବଜାର, ଚକ, ଅଖ, ବ୍ୟାଙ୍କ, ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କୁହାଯାଉଛି |

ହେଲେ ହସ୍ପିଟାଲ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଭଳି ଜରୁରୀକାଳୀନ ସେବା ଜାରି ରଖିବାକୁ ସଂଗଠନଗୁଡ଼ିକ ସହମତି ପ୍ରକାଶ କରିଛନ୍ତି | ଔଷଧ ଦୋକାନ ଏବଂ ଆମ୍ବୁଲାନ୍ସ ପରି ସେବାକୁ ବନ୍ଦରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି | ଏହା ବ୍ୟତୀତ ଜନସାଧାରଣଙ୍କ ସୁବିଧା ପାଇଁ ରେଳବାଇ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ ନିଜ ନିଜର ପରିଚାଳନା ସ୍ୱାଭାବିକ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି |





