
ଦିନକୁ ଦିନ ଦୁଷ୍କର୍ମର ଅଭିଯୋଗ ବଢ଼ିବାରେ ଲାଗିଛି | ନାରୀ କଣ ଏଠାରେ ଛୋଟ ନାବାଳିକା ମଧ୍ୟ ଅସୁରକ୍ଷିତ | କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ଅସୁରକ୍ଷିତ ଓଡ଼ିଆ ଝିଅ | ଗତ କିଛିଦିନ ତଳେ ଧଉଳି ଦୁଷ୍କର୍ମ ଏବଂ ଚାନ୍ଦବାଲି ଘଟଣା ରାଜ୍ୟରେ ଚହଳ ପକାଇଥିଲା | ଆଉ ଏବେ ତେଲେଙ୍ଗାନାରେ ଜଣେ ଓଡ଼ିଆ ଯୁବତୀକୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଛି | କଳାହାଣ୍ଡିର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି |

ଯାହାକି ଏହି ଟାର୍ଗେଟ୍ ପୂରା ଦଳରେ ହଇଚଇ ସୃଷ୍ଟି କରିଛି | କାରଣ ନବୀନଙ୍କ ଆଗରେ ହିଁ ପାଣ୍ଡିଆନ ଦମ୍ପତିଙ୍କୁ ପରୋକ୍ଷରେ ଟାର୍ଗେଟ୍ କରାଯାଇଛି | ତାଙ୍କୁ ଦୁଇମୁଣ୍ଡିଆ ବୋଲି ଆଖ୍ୟା ଦିଆଯାଇଛି | ଏଥିସହ ବିଜେଡିର ସବୁ କର୍ମୀ ଓ ନେତା ଏଣିକି ନବୀନଙ୍କ କଥାରେ ଚାଲିବେ | ନବୀନଙ୍କ ଅଣ୍ଡରରେ କାମ କରିବେ | ଆଉ କାହା ଅଣ୍ଡରରେ ନୁହେଁ ବୋଲି କହିଛନ୍ତି ,ଏହା ପରେ ଚିହିଁକି ଉଠିଛନ୍ତି ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷବାଦୀ ନେତା

ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳ ମୁଁହ ଖୋଲି ପାଣ୍ଡିଆନ୍ ଦମ୍ପତିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି | କଟକରେ ବିଜେଡି ପ୍ରତିଷ୍ଠା ଦିବସ ଖୋଲା ମଞ୍ଚରେ ପ୍ରଭାତ କହିଛନ୍ତି, ପାଣ୍ଡିଆନ ଦମ୍ପତି ନିଷ୍ଠାର ସହ ବହୁତ ପରିଶ୍ରମ କରିଛନ୍ତି ବୋଲି କହିଛନ୍ତି | ମୁନ୍ନା ଖାଁକୁ ଟାର୍ଗେଟ କରିଛନ୍ତି ,ଏଥିରୁ ଜଳ ଜଳ ହୋଇ ଦେଖାଯାଉଛି ଶଙ୍ଖ ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲାଣି | ଆଉ ମୁହାଁ ମୁହିଁ ହେଲେଣି ପାଣ୍ଡିଆନ୍ ସପକ୍ଷବାଦୀ ଓ ବିପକ୍ଷବାଦୀ ନେତା |

ତେବେ ୨୯ତମ ପ୍ରତିଷ୍ଠା ଦିବସରେ ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନିଜେ ସାମ୍ନାକୁ ଆସି କହିଛନ୍ତି ଯେ ବିଜେଡି ଆହୁରି ଶହେ ବର୍ଷ ରହିବ| ଯାହାକି ପୂର୍ବରୁ ନବୀନଙ୍କୁ କେବେ କହିବାକୁ ପଡି ନ ଥିଲା | ଏହା ପରେ ଏବେ ଚର୍ଚା ହେଉଛି ଯେ, ବିଜେଡି ସଂଗଠନ ଏବେ ଦୁର୍ବଳ ହେଲାଣି ଆଉ ନବୀନଙ୍କ ହାତରୁ ପକଡ ଧୀରେ ଧୀରେ ଖସିବାରେ ଲାଗିଛି |





