ବର୍ଷ ଆରମ୍ଭରୁ ସବୁବେଳେ ନୂଆ ନିୟମ ହୋଇଥାଏ । ଖାସ କରି ଗାଡି ଚେକିଂ । ଛକ ଛକରେ ଯଗିଥାନ୍ତି ପୋଲିସ । ସାବାଡ଼ ହୋଇଥାନ୍ତି ଅମାନିଆ ଚାଲାକ । ଠିକ ଏଥର ବି କଡାକଡୀ ନିୟମ କରିଛି ପରିବହନ ବିଭାଗ । ଜୋରଦାର ହେବ ଗାଡ଼ି ଚେକିଂ । ରାଜ୍ୟର ସବୁ ଜାଗାରେ ନିୟମ କଡାକଡି ହେବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଏହାଦ୍ୱାରା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ବି ରୋକି ହେବ । ଏହା ସହ ପ୍ରଦୂଷଣ ଉପରେ ଧ୍ୟାନ ଦେଇଛନ୍ତି ସରକାର ।

ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନ ଥିଲେ ବି ନୂଆବର୍ଷରୁ ମିଳିବନି ପେଟ୍ରୋଲ୍ କି ଡିଜେଲ୍ । ପୂର୍ବରୁ ମୋଟର ଯାନ ଅଧିନିୟମରେ ଗାଡିର PUCC ବାଧ୍ୟତାମୂଳକ ଥିବା ବେଳେ ପୋଲିସ ଓ ପରିବହନ ବିଭାଗ ରାଜ୍ୟରେ ଏହାର ଯାଞ୍ଚ କଡ଼ାକଡ଼ି କରିନଥିଲେ। ଦିଲ୍ଲୀ ପରେ ଓଡ଼ିଶା ସହର ମାନଙ୍କରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଆଇନର ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି ସରକାର ସମସ୍ତ ଗାଡ଼ିର ପୂଦୂଷଣ ସାର୍ଟିଫିକେଟ କିଭଳି ମିଳିପାରିବ ସେନେଇ ବ୍ୟବସ୍ଥା କରାଯାଇଛି । ପ୍ରଦୂଷଣ ପ୍ରମାଣପତ୍ର କରାଇବା ପାଇଁ ଲୋକଙ୍କୁ ମିଳିବ ସମୟ ।

ପ୍ରଥମ ଥର ଉଲଂଘନ କରିଥିବା ଗାଡି ଚାଳକଙ୍କୁ କିଛି ମାତ୍ରାରେ କୋହଳ କରାଯିବ । ଚାଲାଣ କଟିଲେ, ତାକୁ ଛାଡ଼ କରାଯିବ । ହେଲେ ଏହା ପରେ ଗାଡ଼ି ମାଲିକକୁ ଆଉ ଛାଡ ଯିବ ନାହିଁ । ଗଣିବେ ୧୦ ହଜାର ଟଙ୍କା ତଣ୍ଡ ।ତେଣୁ ତୁରନ୍ତ PUCC ସାର୍ଟିଫିକେଟ କରାଇନେବାକୁ ପରିବହନ କମିଶନର ଅପିଲ୍ କରିଛନ୍ତି। ପେଟ୍ରୋଲ ପମ୍ପ ନିକଟରେ ପିୟୁସି ସାର୍ଟିଫିକେଟ୍ କରିବାକୁ ବ୍ୟବସ୍ଥା କରାଯାଇଛି । ଏ ନେଇ ଲୋକେ ବହୁତ ହଇରାଣ ହେଉଛନ୍ତି । ପେଟ୍ରୋଲ ପମ୍ପରେ ଏବେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳୁଛି । ଜାନୁଆରୀ ୧ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ, ନିୟମକୁ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ହୋଇଛି ।





