
ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ଭବିଷ୍ୟତ ଗଢା | ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଭିତିିଭୂମି ସୁଦୃଢ ପାଇଁ ନିଆଯାଉଛି ପଦକ୍ଷେପ | ହେଲେ ଏହି ଦୃଶ୍ୟ ଦେଖିଲେ ବିଦ୍ୟାଳୟ ଉନ୍ନତିକରଣ କେତେଦୂର ହେଉଛି ତାହା ସ୍ପଷ୍ଟ ଅନୁମାନ କରିହୁଏ | ପାଠ ପଢିବାକୁ ପିଲା ବି ଅଛନ୍ତି .. ହେଲେ ପାଠ ପଢିବାକୁ ଶ୍ରେଣୀ ଗୃହର ଅସୁବିଧା | ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ କପାଣି ସରକାରୀ ବିଦ୍ୟାଳୟର ଛାତ୍ରମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି |

() ସୂଚନା ଅନୁସାରେ ବିଦ୍ୟାଳୟର କୋଠାରୀରୁ ଅତଡ଼ା ଖସୁଛି | ପିଲାମାନେ ବସିବା ଆସୁବିଧା ହେଉଛି ..ଆଉ ମରାମତି ପାଇଁ ସରପଞ୍ଚକୁ ଜଣାଇଲେ ଅଭିଭାବକ ଏବଂ ଶିକ୍ଷକ କିନ୍ତୁ ମାସେ ହୋଇଗଲାଣି | ହେଲେ ସରପଞ୍ଚ ଚୁପ ବସିଛନ୍ତି | ଛାତ୍ର ମାନଙ୍କ ପରୀକ୍ଷା ଅଳ୍ପଦିନ ଥିବାବେଳେ ଛାତ୍ର ଓ ଅଭିଭାବକ କାମ ସମ୍ପୂର୍ଣ୍ଣ ନହେଲେ ଏହି ପଞ୍ଚାୟତ କାର୍ଯ୍ୟାଳୟରେ ପରୀକ୍ଷା ଦେବେ ବୋଲି କହିଛନ୍ତି | ସବୁ ଦିନ ପିଲାମାନଙ୍କର ଏଠାରେ ଚାଲିଛି ପାଠ ପଢା | ହେଲେ ଏପର୍ଯ୍ୟନ୍ତ ଏହି ଶ୍ରେଣୀ ଗୃହ ସମସ୍ୟାର ସମାଧାନ ହୋଇପାରୁନି | ଜନସାଧାରଣ ଙ୍କ ସେବା କରିବା ବଦଳରେ କଣ ପାଇଁ ସରପଞ୍ଚ ଏମିତି କରିଥିବାରୁ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି | ହେଲେ କେମିତି ପାଠ ପଢା ହେବ ତାକୁ ନେଇ ଉଠିଛି ପ୍ରଶ୍ନ?



