
ଜର୍ଦ୍ଦା, ଖଇନି, ଗୁଟ୍ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ । ଏହାସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ। ତେଣୁ ସୁରକ୍ଷା ପାଇଁ ଏ ସବୁ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ସରକାର ଏବେ ଦୋମୁହାଁ ନୀତି ଦେଖାଇଛନ୍ତି ..ଗୁଟଖା ଚଳାଇବାକୁ ଗଳାବାଟ ବାହାରକରିଛନ୍ତି ।

ହଁ ଆଂଜ୍ଞା ବ୍ୟାନ ହେବନି ପାନ ମସଲା। ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ । ଏଥିରେ ଟବାକୋ, ନିକୋଟିନ ନଥିବାରୁ ବ୍ୟାନ ହେବନି । ସ୍ବାସ୍ଥ୍ୟ ବିଭାଗ ସଚିବ ଏମ ଅସ୍ଵସ୍ଥି ଏନେଇ ଅର୍ଥ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ତମାକୁ ବ୍ୟାନ ନେଇ ୨୦୧୩ ପୁରୁଣା ଆଇନରେ ସଂଶୋଧନ କରି ଗତ ଜାନୁଆରୀ ୨୧ରେ ନୂଆ ଆଇନ ଲାଗୁ କରିଥିଲେ ..କିନ୍ତୁ ଏବେ ଏଥିରେ ଫସର ଫାଟିଗଲା । ଖାଲି ବନ୍ଦ ଘୋଷଣା କରି ବାଃ ବାଃ ସାଉଁଟିଲେ । ପାନ ମସଲା ବିକ୍ରି କରି ଟଙ୍କା ଆଦାୟର ବାଟ ଫିଟିଗଲା | ଏହି କଥା ପରେ ସରକାରଙ୍କ ଦୋ-ମୁହାଁ ପଦାରେ ପଡିଛି ।

ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ ଓଡିଶାରେ ତମ୍ବାଖୁ ସେବନ କରୁଛନ୍ତି । ତମାଖୁ, ଜର୍ଦା, ଖଇନି, ପାନ ମସାଲାର ସେବନ ଦ୍ୱାରା ଓରାଲ ହେଲ୍ଥ ଉପରେ ବ୍ୟାପକ ପ୍ରଭାବ ପଡି ଥାଏ । ମୁଖ କ୍ୟାନ୍ସର ସହ ଓଏସେଫାଗସ, ଷ୍ଟୋମାକ୍, ପାନକ୍ରିୟାଜ, ଥ୍ରୋଟ ଏବଂ ରେନାଲ କ୍ୟାନ୍ସର ହବାର ସମ୍ଭାବନା ଥାଏ। ସେଥିପାରୁ ତମାଖୁ ବ୍ୟାନ ଆଇନକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ପୁଲିସ, ପ୍ରଶାସନ ପକ୍ଷରୁ ରେଡ କରି ଗୁଟଖା, ତମାଖୁ ଜବତ କରାଯାଉଛି।





