
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷ ବୟସରେ କାହ୍ନୁଚରଣ ଲେଙ୍କାଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ଏକ ସାଧାରଣ ପରିବାରରୁ ଆସି ଜାତୀୟ ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ ଲେଙ୍କା ସର୍ବଦା ଜନସେବା ଓ ଗରିବ କଲ୍ୟାଣ ପାଇଁ ନିୟୋଜିତ ଥିଲେ। ଶ୍ରୀ କାହ୍ନୁଚରଣ ଲେଙ୍କାଙ୍କ ବିୟୋଗରେ ଓଡ଼ିଶା ଜଣେ ଅନୁଭବୀ ନେତା ଓ ମାର୍ଗଦର୍ଶକଙ୍କୁ ହରାଇଲା।
ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକବ୍ୟକ୍ତ କରିଛନ୍ତି। କାହ୍ନୁ ଚରଣ ଲେଙ୍କାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା, ପରେ କଂଗ୍ରେସ ଭବନ ଏବଂ ତାପରେ ପୈତୃକ ଗାଁ ଅରଡ ନିଆଯିବ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ବଡ଼ ପୁଅ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଲେଙ୍କାଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର, ସମର୍ଥକ । ନରସିଂମା ରାଓ ସରକାରରେ ୧୯୮୮ମସିହାରୁ ସେ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିଲେ କାହ୍ନୁଚରଣ ଲେଙ୍କା । ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ କେନ୍ଦ୍ର ରେଳମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ।
କଟକ ଚୌଦ୍ୱାରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କାହ୍ନୁ ଲେଙ୍କା। ୧୯୭୧ରୁ ୧୯୭୩, ୧୯୭୪ରୁ ୧୯୭୭, ୧୯୮୦ରୁ ୧୯୮୫ ଏବଂ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ଓ ଗିରିଧର ଗମାଙ୍ଗ ସରକାରରେ ମଧ କାହ୍ନୁଚରଣ ଲେଙ୍କା ଥିଲେ କ୍ୟାବିନେଟ ମନ୍ତ୍ରୀ। ଓଡ଼ିଶାରେ କଂଗ୍ରେସ ସରକାରରେ ଶିଳ୍ପ, ରାଜସ୍ୱ, ପରିବହନ, ପଞ୍ଚାୟତିରାଜ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।





