
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସହରରେ OPD ସ୍ୱାସ୍ଥ୍ୟ ସେବା ପାଇଁ ପାଟଣାଗଡ଼ 12 ଘଣ୍ଟିଆବନ୍ଦ ରେ ଦୋକାନ ବଜାର ବନ୍ଦ କରିବା ସହିତ ରାସ୍ତା ରୋକ କରାଯାଇଥିଲା। ରାସ୍ତା ରୋକ ସ୍ଥାନ ରେ ପୋଲିସ ପହଞ୍ଚି ଆନ୍ଦୋଳନ ରେ ସାମିଲ ଥିବା ସମସ୍ତ ମହିଳା ପୁରୁଷ ମାନଙ୍କୁ ପାଟଣାଗଡ଼ ପୋଲିସ ପକ୍ଷରୁ ଉଠାଇ ନିଆଯାଇଥିଲା। ସୂଚନା ଅନୁଶାରେ ପାଟଣାଗଡ଼ ସହର ରେ ପୁରୁଣା ଉପଖଣ୍ଡ ସ୍ତରୀୟ ଡାକ୍ତର ଖାନା ଗଙ୍ଗାସାଗର ନିକଟ ନୂତନ ଡାକ୍ତର ଖାନା ସ୍ଥାନର ହୋଇଥିବାରୁ ପାଟଣାଗଡ଼ ସହର ବସି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ର ଅସୁବିଧା ହେଉଥିବା ହେତୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ଦାବି କରିଛନ୍ତି।







