
ପ୍ରତିଷ୍ଠା ଦିବସରେ ବିଜେଡିରେ ମହାଭାରତ | କିଏ କଲା ଟାର୍ଗେଟ ତ କିଏ କଲା ପ୍ରତ୍ୟାଖାନ | ଆଉ କେଉଁଠି ସାମ୍ନାକୁ ଆସିଲା କନ୍ଦଳ | ଥମୁନି ପ୍ରୋ-ପାଣ୍ଡିଆନ ଆଉ ଆଣ୍ଟି ପାଣ୍ଡିଆନ ଫାଇଟ୍ ମୁହାଁମୁହିଁ ହେଉଛନ୍ତି ବରିଷ୍ଠ ନେତା | ଏହା ସହ ଦଳର ପରାଜୟ ପାଇଁ ନାଁ ନେଇ ପ୍ରଣବ ଦାସ ଓ ଭିକେ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି | ଏହା ଦେଖି ଚର୍ଚା ହେଉଛି ଯେ ଚିନ୍ତାରେ ପଡିଯାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଆଉ ନବୀନ ବି ମନେ ମନେ ଜାଣିସାରିଲେଣି | ଭାଙ୍ଗିବାକୁ ବସିଲାଣି ବିଜେଡି | ସେଥିପାଇଁ ନବୀନ ନେଇଛନ୍ତି ବଡ଼ ନିଷ୍ପତ୍ତି |

ଦଳୀୟ କନ୍ଦଳକୁ ହଟାଇ , ଦଳକୁ ମଜବୁତ କରିବାକୁ ବଡ଼ ଘୋଷଣା କରିଛନ୍ତି | ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା କରିଛନ୍ତି | ବିଜୁ ଯୁବ ଜନତା ଦଳର ୪ କାର୍ଯ୍ୟକାରୀ ସଭାପତି ଏବଂ ବିଜୁ ଯୁବ ଜନତା ଦଳର ୨ ସେକ୍ରେଟାରୀ ଜେନେରାଲଙ୍କ ନାଁ ଘୋଷଣା ହୋଇଛି | କେବଳ ଏତିକି ନୁହେଁ ଏହାସହିତ ୧୫ ବରିଷ୍ଠ ଉପସଭାପତି ଓ ୫୩ ଜଣ ସଭାପତିଙ୍କ ୮୫ ଜଣ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |

ପ୍ରତିଷ୍ଠା ଦିବସ ପରେ ଦଳରେ ବେଶୀ କନ୍ଦଳ ବଢିଛି | ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲୁଛନ୍ତି | ସେଥିପାଇଁ ନବୀନ ପୁରା ଆକ୍ଟିଭ ହୋଇ ଯୁବ ବାହୀନିଙ୍କୁ ସାମ୍ନାକୁ ଆଣିଛନ୍ତି | ଆଉ ଦଳୀୟ କନ୍ଦଳକୁ ଚାପିବାକୁ ଚେଷ୍ଟା କରିଛନ୍ତି | ହେଲେ ଏକ ସତ ବିଜେଡି 100 ବର୍ଷ ରହିବ ବୋଲି ନବୀନ କହିବା ସତ୍ୱେ ଦଳରେ ଝଡ଼ କାମିନୀ | ଆଉ ଆଗକୁ ବିଜେଡିରେ ଏକତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି |

ହେଲେ ଦଳରେ ପାଣ୍ଡିଆନ ପାଣ୍ଡିଆନ ବିରୋଧୀ ନେତା ଯେତେ ବି ଗର୍ଜନ କଲେ ତାଙ୍କ ଉପସ୍ଥିତି ବି କମିନାହି | ଏବେ ବି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଖାସ୍ | ଆଉ ଆଗକୁ ରହିବେ ବୋଲି ବି ଯାହା ଜଣାପଡୁଛି |





