
ଏବେ ଘରୁ ବାହାରିଲେ ଆମେ ଆଉ ଫେରିବା କି ନାହିଁ ତାହା ମଧ୍ୟ ଆମକୁ ଜଣାନାହିଁ | କାହିଁକି ନା ଏହି ଦ୍ରୁତଗାମୀ ଯାନବାହାନ ଯେ ଏବେ କାଳ ପାଲଟିଛନ୍ତି | ବଡ଼ ବଡ଼ ଟ୍ରକ ଜମ ପରି ରାସ୍ତାରେ ଯାଉଛି | ଆଉ ଛୋଟ ଛୋଟ ଗାଡି ଚାଳକମାନଙ୍କ ଜୀବନ ନେଉଛି | ଠିକ ସେହିପରି କିଲ୍ଲର ଟ୍ରକ ନେଇଯାଇଛି 5 ଜଣଙ୍କ ଜୀବନ | ଆଜି ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ ଆହି ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି | ୫ଜଣ ଜଣଙ୍କ ଜିଅଁ ଚାଲିଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇଟି ବାଇକରେ ଆଗପଛ ହୋଇ ହଳଦିଆ ପଦର ପଟକୁ ଯାଉଥିଲା | ଅନ୍ୟପଟେ ବିପରୀତ ଦିଗରୁ ଏକ ବୋଝେଇ ଟ୍ରକ ସହର ଭିତରକୁ ପ୍ରବେଶ କରୁଥିଲା | ଆଉ ଟ୍ରକ ଚାଳକ ଜଣଙ୍କ ବେପରୁଆ ଭାବେ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି | ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଏଣେତେଣେ ରାସ୍ତା ଉପରେ ପଡ଼ିଛି ମୃତଦେହ | ଆଉ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି |

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ଚିକିତ୍ସା ପାଇଁ ପଠାଇଛି | ତେବେ ଜଣେ ମୃତକଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ପରିଚୟ ମିଳିପାରିନାହିଁ | ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଅଟକି ରହିଥିଲା ..ଯାହାଫଳରେ ରାସ୍ତା ଜାମ ହୋଇଯାଇଥିଲା | ଏବେ ଧୀରେ ଧୀରେ ଚଳାଚଳ ସ୍ୱାଭାବିକ ହେଉଛି | ଏହି ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି | ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି | ଆଉ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି |






