କେମିତି ଜେଲ ବାହାରେ ବିଜେଡି ନେତାଙ୍କ ଭିଡ଼ ଜମିଛି । ବରିଷ୍ଠଠୁ କନିଷ୍ଠ ସମସ୍ତେ ଏକ ହୋଇ ଠିଆ ହୋଇଛନ୍ତି । ଏମାନେ କୌଣସି ନୂଆ ମାମଲାରେ ଜେଲକୁ ଆସିନାହାନ୍ତି । ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡାକୁ ସାକ୍ଷାତ କରିବାପାଇଁ ଭିଡ଼ ଲାଗିଛନ୍ତି । ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଜେଲରେ ଅଛନ୍ତି ବିଜେଡିର ପୂର୍ବତନ ବିଧାୟକ ଗଞ୍ଜାମ ଜିଲ୍ଲାସଭାପତି ବିକ୍ରମ ପଣ୍ଡା । ପ୍ରାୟ ଦୁଇ ମାସ ଜେଲରେ ଜୀବନ କାଟୁଛନ୍ତି । ସେ କେମିତି ଅଛନ୍ତି । ତାଙ୍କ ମାନସିକ ସ୍ଥିତି କଣ ଅଛି । ଏ ସବୁ ଜାଣିବା ପାଇଁ ବ୍ରହ୍ମପୁର ଜେଲରେ ତାଙ୍କୁ ଆଜି ଭେଟିଥିଲେ ବିଜେଡିନେତା । ଆଉ ତାଙ୍କ ସହିତ କିଛି ସମୟ କଥା ହୋଇ । ତାଙ୍କୁ ବ୍ୟସ୍ତ ନ ହେବା ପାଇଁ ସାନ୍ତ୍ୱନା ଦେଇଛନ୍ତି ।

ତେବେ ବିକ୍ରମ ପଣ୍ଡା ଗିରଫ ହେବା ପରେ ବିଜେଡି ସବୁବେଳେ ଆଭିଯୋଗ କରିଛି ତାଙ୍କୁ ଫସାଇ ଦିଆଯାଇଛି । ଏ ନେଇ ରାଜରାସ୍ତାକୁ ଓହ୍ଲାଇ ଥିଲା ବିଜେଡି । ଆଉ ସମାନ କଥା କହିଛନ୍ତି ବିଜେଡି ନେତା ପ୍ରତାପ ଜେନା । ବିକ୍ରମ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ବିକ୍ରମଙ୍କୁ ଗିରଫର କୌଣସି ଠୋସ୍ ଆଧାର ନାହିଁ । କେବଳ ନୂଆପଡା ପ୍ରଚାରରେ ବିକ୍ରମଙ୍କୁ ଦୂରେଇ ରଖିବାକୁ ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଆଉ ବିକ୍ରମଙ୍କୁ ଭେଟି ମହାପ୍ରଭୁ ଜଗନ୍ନାଥ ଖୁବଶୀଘ୍ର ସତ ପଦାକୁ ଆଣିବେ । ଆଉ ସେ ଖଲାସ ହେବେ ତାଙ୍କୁ ବୁଝାଇଛନ୍ତି ।

ତେବେ ରାଜ୍ୟ ଉପସଭାପତି ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା, ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ଛତ୍ରପୁର ବିଧାୟକ ସୁବାଷ ବେହେରା, ପୂର୍ବତନ ବିଧାୟକ ପୂର୍ଣ୍ଣ ସ୍ବାଇଁ, ବିଜେଡ଼ି ନେତା ତୁମ୍ବ ନାଥ ପଣ୍ଡା ଜେଲ ମଧ୍ୟକୁ ଗଲେ ବିକ୍ରମଙ୍କୁ ସାକ୍ଷାତ ପାଇଁ ଆସିଥିଲେ । ହେଲେ ଦେଖାଯାଉ ଏହା ପରେ ବିଜେଡି ସୁପ୍ରିମୋ କେଉଁ ନିଷ୍ପତ୍ତି ନେଉଛନ୍ତି । ଆଉ କେବେ ବାହାରୁଛନ୍ତି ବିଜେଡିର ହେଭିୱେଟ ନେତା ବିକ୍ରମ ପଣ୍ଡା ।ତେବେ କହିରଖୁଛୁ ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରାଯାଇଛି । ଆଉ ଏହାର ମାଷ୍ଟର ମାଇଣ୍ଡ ବିକ୍ରମ ପଣ୍ଡା ଥିଲେ ବୋଲି ସ୍ପଷ୍ଟ କରିଛି ପୋଲିସ । ପୀତବାସ ପଣ୍ଡା ଓ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ପୂର୍ବରୁ ଥିଲା ଶତ୍ରୁତା । ବାର କାଉନସିଲ ନିର୍ବାଚନକୁ ନେଇ ଥିଲା ଶତ୍ରୁତା । ପ୍ରତିଶୋଧ ନେବାକୁ ଏହି କାଣ୍ଡ ଘଟାଇଥିଲେ ବିକ୍ରମ । ଯେଉଁଥିପାଇଁ 2 ମାସ ହେବ ଜେଲରେ ଅଛନ୍ତି ବିକ୍ରମ ପଣ୍ଡା ।



