ହଁ ଦର୍ଶକବଂଧୁ ଛୋଟଠୁ ବୁଢା, ସମସ୍ତଙ୍କ ହାତରେ ସ୍ମାର୍ଟଫୋନ । ଆଉ ଏତେ ବାୟା ହୋଇଗଲେଣି ଯେ ମୋବାଇଲ ବିନା ଗୋଟିଏ ଦିନ କ’ଣ ଗୋଟିଏ ଘଣ୍ଟା ମଧ୍ୟ କାଟିବା ମୁସ୍କିଲ ହୋଇପଡୁଛି । ଧୀରେ ଧୀରେ ଏହା ନିଶାରେ ବଦଳିବାରେ ଲାଗିଲାଣି । ଆଉ ଏହି ମୋବାଇଲ ନିଶାରେ ଛୋଟପିଲାଠୁ ନେଇ ଯୁବବର୍ଗ ଓ ବୟସ୍କ ଯାଏଁ ସମସ୍ତେ ବାୟା । ଘରେ ଫୋନ୍, ଅଫିସରେ ଫୋନ୍, ରାସ୍ତାରେ ଫୋନ୍, ଆଉ ଗାଡ଼ି ଚଳାଇଲା ବେଳେ ବି ଫୋନ୍ ସମସ୍ତଙ୍କର ଖୋଜା ପଡୁଛି ।

ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ବାର୍ଟ୍ସଆପ ଭଳି ସୋସିଆଲ ମିଡିଆ ଆପରେ ଲୋକମାନେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି । ସବୁବେଳେ ଅପଡେଟ୍ ରହିବା, ରିଲ୍ସ ଦେଖିବା, ଲାଇକ୍ କମେଣ୍ଟ ଦେଖିବା ନିଶା ପାଲଟିଗଲାଣି । ସେହିପରି ଅନଲାଇନ ଗେମ୍ସ ମଧ୍ୟ ଅନ୍ୟ ଏକ କାରଣ । ଏପରିକି ଫୋନ ଦେଖିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ଆପଣଙ୍କ ଶରୀରକୁ ବିଭିନ୍ନ ଢଙ୍ଗରେ କ୍ଷତି ପହଞ୍ଚାଉଛି । ଏଭଳି ବ୍ୟାଡ୍ ହାବିଟ୍ ବା ବଦ ଅଭ୍ୟାସ ଅନେକଙ୍କୁ ମନୋରଞ୍ଜନ ଧର୍ମୀ ଲାଗୁଥାଇପାରେ କିନ୍ତୁ ଏହା ସାଇଲେଣ୍ଟ୍ କିଲର ଭାବେ ଲୋକଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ , ଖାସ୍ କରି ନିଦ୍ରାର ସାଇକେଲିଂକୁ ନଷ୍ଟ କରି କରି ଚାଲେ ।

ଆପଣ ଯଦି ସକାଳୁ ଉଠୁ ଉଠୁ ମୋବାଇଲ୍ ଦେଖିବା ଆରମ୍ଭ କରୁଛନ୍ତି ତେବେ ଅନେକ କ୍ଷେତ୍ରରେ ଆପଣ ପ୍ରଭାବିତ ହେବେ । ଫଳରେ ଆପଣଙ୍କ ସାରାଦିନର କାର୍ଯ୍ୟ ଦକ୍ଷତା ଓ ଦୈନନ୍ଦିନ ଜୀବନର ପ୍ରଭାବିତ ହୋଇଥାଏ । ଚାହିଁଲେ ବି ଏହାଠୁ ଆମେ ଦୂରେଇ ପାରୁନାହାନ୍ତି । ତେଣୁ ସକାଳୁ ସକାଳୁ ମୋବାଇଲ୍ ସ୍କ୍ରିନ୍ ଲାଇଟ୍ ବଦଳରେ ସନ୍ ଲାଇଟକୁ ଯାଆନ୍ତୁ । ବଡ଼କଥା ହେଉଛି ସୂର୍ଯ୍ୟ କିରଣ ସହ ଘରର ବିଭିନ୍ନ କୋଣ ଅନୁକୋଣକୁ ଦେଖିବା ଏବଂ ପରିବାର ସହ ସମୟବିତାନ୍ତୁ । ଠିକ୍ ସେହିଭଳି ରାତିରେ ସ୍କ୍ରିନ୍ ଏକ୍ସପୋଜକୁ ସୀମିତ କରନ୍ତୁ । ବିଶେଷକରି ଶୋଇବା ପୂର୍ବରୁ ମୋବାଇଲଠାରୁ ଦୂରେଇ ରହି ବହି ପଢ଼ିବା ଅଭ୍ୟାସ କରନ୍ତୁ । ଯାହାକି ନିଦ ଲାଗିବା ସହ ଆପଣଙ୍କ ମାନସିକ ସନ୍ତୁଳନ ସଠିକ୍ ରଖିବାରେ ସହାୟକ ହେବ । ଆଉ ଆପଣ ଧୀରେ ଧୀରେ ଫୋନ ନିଶାରୁ ମୁକୁଳି ପାରିବେ ।




