
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ,ଠକପରା ଗାଁ ରାସ୍ତା କଡଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯୁବକ ଜଣକ କୌଣସି କାମ ପାଇଁ ଯୋଗିମୁଣ୍ଡା ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବ୍ୟସ୍ତ ହୋଇ ବାରମ୍ବାର ଫୋନ କରିଥିଲେ କିନ୍ତୁ ଯୁବକ ଜଣଙ୍କ ଫୋନ ଉଠାଇ ନ ଥିଲେ। ଏହା ପରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ଆଉ ବହୁତ ଖୋଜାଖୋଜି କରିବା ପରେ ଠକପରା ଗାଁ ନିକଟରେ ଏକ ଗଛରେ ଯୁବକ ର ଝୁଲନ୍ତା ମୃତ୍ଯୁ ଦେହ ଦେଖିଥିଲେ। ପରେ ପାଟଣାଗଡ଼ ପୋଲିସ କୁ ଖବର ଦେଇଥିଲେ ।

ଖବର ପାଇବା ପରେ ଆଜି ସକାଳ ସାଇଣ୍ଟିଫିକ୍ ଟିମ୍ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲା । ଆଉ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଯିବ ବୋଲି ପାଟଣାଗଡ଼ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମୃତକ ଯୁବକ ଜଣଙ୍କ ବରବାହାଲ ଗାଁର କ୍ଷେତ୍ରମୋହନ କରୁଆଲ । କ୍ଷେତ୍ରମୋହନ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।




