
ହଁ ଆଂଜ୍ଞା କଟକ ବରବାଟିର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସ ଦଳରୁ ବିଦା କରିବା ପରେ ,କଟକ କଂଗ୍ରେସ ଫାଳ ଫାଳ ହୋଇଯାଇଛି | କଂଗ୍ରେସର କଟକ ପଲିଟିକ୍ସରେ ବଡ଼ ହଲଚଲ୍ ଦେଖିବାକୁ ମିଳୁଛି | କଟକରେ ମୋକିମଙ୍କ ସଂଗଠନ ବହୁତ ଟାଣ | ତାଙ୍କୁ ଦଳ ବିଦା କରିବା ପରେ ତାଙ୍କ ସମର୍ଥକମାନେ ଦଳ ଛାଡ଼ୁଛନ୍ତି , ଯାହାଫଳରେ କଂଗ୍ରେସର ସଂଗଠନ ଭୁଶୁଡିବାରେ ଲାଗିଛି | ଏଥିପାଇଁ ବଡ଼ ଗେମ ଖେଳିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ |କଂଗ୍ରେସର କଟକ ସଂଗଠନକୁ ମହମ୍ମଦ ମୋକିମଙ୍କ ହାତରୁ ଛଡାଇବା ପାଇଁ ବିଜେଡି ନେତା ବିଶ୍ବଜିତଙ୍କୁ ଦଳକୁ ଆଣିଥିବା ଚର୍ଚ୍ଚା ହେଉଛି | ଦୁଇ ଦିନ ତଳେ ଭକ୍ତଙ୍କ ଉପସ୍ଥିତିରେ ଭୁବନେଶ୍ବର କଂଗ୍ରେସ ଭବନରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ବିଶ୍ବଜିତ ମହାନ୍ତି | ଆଉ ବାରବାଟୀ କଟକର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସକୁ ସାଇଡ ମାରିଦେଇଛନ୍ତି ,କାରଣ ବାପା ମୋକିମ ବିଦା ହେବା ପରେ ବିଧାୟିକା ଥିବା ଝିଅ ସୋଫିଆଙ୍କ ଉପରେ ଭରସା କରିପାରୁନାହାଁନ୍ତି ଭକ୍ତ. | ସେଥିପାଇଁ କଟକ କଂଗ୍ରେସକୁ ନିଜ ହାତ ମୁଠାରେ ରଖିବାକୁ ବିଶ୍ବଜିତଙ୍କୁ ଏଣ୍ଟ୍ରି କରାଇଛନ୍ତି |

ହେଲେ ସବୁଠୁ ବଡ଼ କଥା ହେଲା ସୋଫିଆଙ୍କ ନିର୍ବାଚନ ମଣ୍ଡଳୀରୁ ଆସୁଥିବା ବିଶ୍ବଜିତଙ୍କୁ ଦଳରେ ମିଶା ଯାଇଥିଲେ ସୁଦ୍ଧା ବିଧାୟିକାଙ୍କୁ ଜଣାଯାଇନାହିଁ | ଦଳ ତାଙ୍କୁ ସାଇଡ ମାରିଛି ,ତାଙ୍କ ସହିତ ସାଇଲେଣ୍ଟ ଗେମ ଖେଳିଛନ୍ତି ଭକ୍ତ | ଯେଉଁଥିପାଇଁ କଂଗ୍ରେସର କଟକ କନ୍ଦଳ ରାଜନୀତି ଜୋର ଧରିଛି | ଏହାକୁ ନେଇ ବି ଅସନ୍ତୋଷ ଝାଡିଛନ୍ତି ସୋଫିଆ | ତେବେ ଦେଖାଯାଉ ଏହା ପରେ ସୋଫିଆଙ୍କ ଆଭିମୁଖ୍ୟ କଣ ରହୁଛି , ବାପାଙ୍କ ସହ ଯାଉଛନ୍ତି ନା ଦଳରେ ରହୁଛନ୍ତି ! ହେଲେ ଏକଥା କଟକ କଂଗ୍ରେସରେ ମୋକିମ ଏବଂ ଝିଅ ସୋଫିଆଙ୍କ ହାତ ମୁଠା ଟାଣ ରହିଛି ହେଲେ ବିଶ୍ବଜିତଙ୍କୁ ମିଶାଇ ପିସିସି ସଭାପତି ଭକ୍ତ ଦାସ ସଂଗଠନ ମଜବୁତକୁ କରିବା ପାଇଁ ଯେଉଁ ପ୍ଲାନ କରିଛନ୍ତି ତାହା କାମ ଦେବ ନା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେବ? ତାହା ଆଗାମୀ ପଂଚାୟତ ନିର୍ବାଚନରେ ଜଣାପଡ଼ିଯିବ | ତେବେ କହିରଖୁଛୁ କେତେବେଳେ ରାହୁଲ ଗାନ୍ଧୀଙ୍କୁ ଭକ୍ତଙ୍କ ବିରୋଧରେ ଚିଠି ଲେଖି ତ ଆଉ କେତେବେଳେ ସମାନ୍ତରାଳ ସଂଗଠନ କରି କଂଗ୍ରେସକୁ ଅଡୁଆରେ ପକାଇଥିଲେ | ଯେଉଁଥିପାଇଁ ଦଳରୁ ତାଙ୍କୁ ବିଦା କରାଯାଇଛି , ଆଉ ସେ ବିଦା ହେବା ପରେ କଟକ କଂଗ୍ରେସ ଗଡ଼ ଭୁସୁଡୁଛି |




