
ଗହଣା ବଜାରରେ ଏବେ ହଇଚଇ ସୃଷ୍ଟି ହୋଇଛି। ଉଭୟ ସୁନା-ରୁପା ମିଶି ଗ୍ରାହକଙ୍କୁ ଦେଉଛନ୍ତି ମହଙ୍ଗାଇର ଝଟକା । ଆଗରୁ ଯେଉଁଠି ସୁନା ଦର ଶୁଣିଲେ ଛାତି ଧଡ଼ଧଡ଼ ହେଉଥିଲା।ଏବେ ରୁପା ସେହି ରେସ୍ରେ ସୁନାକୁ ବି ବଳିଗଲାଣି। ଇତିହାସରେ ଏହା ପ୍ରଥମ ଥର । ଆଉ ଏହି ଖବର ଭିତରେ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ମାନେ ଆଜି ଟିକେ ଟେନସନ କମିଛି । କମିଲା ସୁନା ଆଉ ରୁପା ଦର ।

ତେବେ ମିଳିଥିବା ସୂଚନା ଅନୁସାରେ, ସୁନା ରେଟ୍ ୧୦ ଗ୍ରାମ ପିଛା ୮ ହଜାର ଟଙ୍କା ଶସ୍ତା ହୋଇଛି । ଗୁରୁବାର ରୁପା ଦାମ କେଜି ପ୍ରତି ୪ ଲକ୍ଷରେ ପହଞ୍ଚିଥିଲା । ଗତକାଲି ରୁପା କେଜି ପ୍ରତି ଦାମ ୩ ଲକ୍ଷ ୯୯ ହଜାର ୮୯୩ ଟଙ୍କା ରହିଥିଲା । ହେଲେ ଆଜି ଏହା ପାଖାପାଖି ୨୦ ହଜାର ଟଙ୍କାରୁ ଅଧିକ ଖସି ୩ ଲକ୍ଷ ୭୫ ହଜାରରେ ପହଞ୍ଚିଛି । ସେହିପରି ଗତକାଲି ସୁନାର ଦାମ ୧ ଲକ୍ଷ ୮୩ ହଜାରରେ ପହଞ୍ଚିଥିଲା । ହେଲେ ଶୁକ୍ରବାର ଏହା ପାଖାପାଖି ୮ ହଜାର ୮ ଶହ ଟଙ୍କା ଶସ୍ତା ହୋଇ ୧ ଲକ୍ଷ ୭୫ହଜାରରେ ପହଞ୍ଚିଛି ।

କୁହାଯାଉଛି, ବୈଶ୍ୱିକ ବଜାରରେ ସୁନା ଆଉ ରୁପାର ଦାମ ବଢୁଥିବା କାରଣରୁ ଲୋକମାନେ ସୁନାକୁ କିଣି ରଖିବାକୁ ପସନ୍ଦ କରୁଛନ୍ତି । ତେଣୁ ଏହି କାରଣରୁ ସୁନା ଦାମରେ ଅଚାନକ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ବୈଶ୍ୱିକ ସ୍ଥିତି ମଧ୍ୟ ଜଟିଳ ରହିଛି । ଟାରିଫ୍ ଓ୍ୱାର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ କଥାବାର୍ତ୍ତା କରିବାକୁ ରାଜି ହୋଇଥିବା ଜଣାପଡ଼ିଛି । ଯାହାର ପ୍ରଭାବ ସୁନା ଓ ରୁପା ବଜାରରେ ମଧ୍ୟ ଦେଖିବାକୁ ମିଳିଛି ।



