
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ବିଜୁ ମିନି ମାରାଥନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସରମୁହାଣ ବ୍ରିଜ ଠାରୁ ପାଟଣାଗଡ଼ ବିଜୁ ଜନତା ଦଳ କାର୍ଯ୍ୟଳୟ ପର୍ଯ୍ୟନ୍ତ ମିନି ମାରଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସ୍ତରୀୟ ମିନି ମାରଥନ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମିନି ମାରାଥନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନପାଟଣାଗଡ଼ ବ୍ଲକ ବରପଦର ପଞ୍ଚାୟତ ର ଡ଼ୋଲାମଣୀ ଚିରଗୁଣ , ଦୀତୀୟ. ସ୍ଥାନ ଏନ୍ ଏ ସି ପାଟଣାଗଡ଼ ର ବିଶ୍ୱଜିତ୍ ବନଛୋର ତୃତୀୟ ସ୍ଥାନ ଖପ୍ରାଖୋଲ ବ୍ଳକ ଘୁନସର ପଞ୍ଚାୟତ ର ସୁଶାନ୍ତ ଭୋଇ ହାସଲ କରି ନିଜ ନିଜର ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଛି। ଏହି ଅବସରରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଜୁ ଜନତା ଦଳ ବିଧାୟକ ତଥା ବିଜୁ ଜନତାଦଳ ଜିଲ୍ଲା ସଭାପତି ସରୋଜ କୁମାର ମେହେର ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିବା ବେଳେ ଇନ୍ଦୁଭୂଷଣ ଠାକୁର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାଟଣାଗଡ଼ ବ୍ଲକ ଚେୟାର ମେନ ନୀଳକଣ୍ଠ ବାଗ ଖପ୍ରାଖୋଲ ଚେୟାର ମେନ ନିରୁପମା ପୁଟେଲ, ହିମାଞ୍ଚଳ ପଧାନ,ରମେଶ ପଧାନ ପ୍ରମୂଖ ଉପସ୍ଥିତ ଥିଲେ।




