
ଆମେ ଓଡ଼ିଶାର ଜଣାଶୁଣା YOU TUBER ତଥା କମେଡିଆନ mr ଗୁଲୁଆଙ୍କ କଥା କହୁଛୁ | ଗୁଲୁଆଙ୍କୁ ବା କିଏ ନ ଜଣେ ,ଘରେ ଘରେ ସେ ପରିଚିତ | ହେଲେ ଏବେ ତାଙ୍କ ଜୀବନ ବିପଦରେ | ମିଳୁଛି ହତ୍ୟା ଧମକ | ଏ କଥା ମାନେ ମନକୁ କହୁନାହିଁ | ସୋସିଆଲ ମିଡିଆରେ ଭିଡିଓ କରି ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି | ଏମିତି କି ତାଙ୍କୁ ବ୍ଲାକମେଲିଂ କରାଯାଉଥିବାର ବି ଅଭିଯୋଗ କରିଛନ୍ତି |

ସୁରକ୍ଷା ମାଗୁଛନ୍ତି କମେଡିଆନ ଆଶିଷ କୁମାର ଦାସ ବା ସମସ୍ତଙ୍କ ପ୍ରିୟ ଗୁଲୁଆ | ତାଙ୍କୁ କେହି କୋଟିଏ ଟଙ୍କା ମାଗୁଛି | ଟଙ୍କା ନ ଦେଲେ ସୋସିଆଲ ମିଡିଆରେ ବଦନାମ କରିବା ସହ ହାତଗୋଡ ଭାଙ୍ଗିଦେବେ ବୋଲି ଧମକ ମିଳୁଥିବା ଗୁଲୁଆ କହିଛନ୍ତି | ଆଉ ତାଙ୍କ ଭିଡିଓକୁ ହାଲକା ଭାବେ ନ ନେବା ପାଇଁ ଅନୁରୋଧ କରିଥିଲେ | ହୁଏତ କାଲି ସକାଳ ଦେଖି ପାରିବି କି ନାହିଁ ବୋଲି କହିଛନ୍ତି | ହେଲେ ଗୁଲୁଆ ତାଙ୍କ ଭିଡିଓରେ ବର୍ତ୍ତମାନ ସୁଦ୍ଧା କାହାକୁ ଦୋଷ ଦେଇନାହାନ୍ତି |

ଏ ନେଇ ଗୁଲୁଆ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି | ଏହି ଭିଡ଼ିଓରୁ ଜଣାପଡୁଛି ଯେ ତାଙ୍କ ସ୍ତ୍ରୀ ବର୍ଷା ଏଭଳି ଧମକ ଦେଇଥାଇପାରନ୍ତି | କାରଣ ବର୍ଷା ଗତ କିଛି ଦିନ ହେବା ନିଜର ଫେସବୁକ ପେଜରେ ଗୁଲୁଆଙ୍କୁ ଇଙ୍ଗିତ କରି କିଛି ପୋଷ୍ଟ କରିଛନ୍ତି ..ବର୍ଷା ଲେଖିଛନ୍ତି ମହାନ୍ କଳାକାରଙ୍କ ପାଖରେ କାମ କରୁଥିବା ନାୟକ ମାନେ ବି କିଛି କମ୍ ନୁହଁନ୍ତି .. ଆଗ ସେମାନଙ୍କ ପାଳି, ତା’ର ଦୁଃଖ ଶୁଣି ମୁଁ ତାକୁ କାମ ଦେଇଥିଲି ଆଉ ତୋର କାହାଣୀ ଆଗ ପର୍ଦ୍ଦାଫାଶ କରିବି ପ୍ରମାଣ ସହିତ |






