
ବିଦା ହେବେ ଗମ୍ଭୀର! ନୂଆବର୍ଷ ପରେ ଶେଷ ହୋଇପାରେ ଗୌତମ ଗମ୍ଭୀରଙ୍କ ଯୁଗ । ତାଙ୍କ ବଦଳରେ ଅନ୍ୟ ଜଣେ ହେବେ ମୁଖ୍ୟ କୋଚ୍ । ଖୁବଶୀଘ୍ର ହେବ ନାଁ ଘୋଷଣା .. ଫର୍ମାଟରେ ରେକର୍ଡ ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ ବାଦ୍ ଦିଆଯିବା ନେଇ ଜୋର୍ ଧରିଛି ଚର୍ଚ୍ଚା । ଆଗୁଆ ଶେଷ ହୋଇପାରେ ଗମ୍ଭୀରଙ୍କ ଟେଷ୍ଟ କାର୍ଯ୍ୟକାଳ । ଗତ କିଛି ଟେଷ୍ଟ ସିରିଜ୍ରେ ଖରାପ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଯେଉଁଥି ପାଇଁକି ସିଧାସଳଖ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଦାୟୀ କରାଯାଇଥିଲା । ଏ ନେଇ ତାଙ୍କୁ ଟେଷ୍ଟ ଫର୍ମାଟରୁ ହଟାଇବାକୁ ଯୋଜନା କରୁଛି ବିସିସିଆଇ ।

କିନ୍ତୁ ଏ ନେଇ ଅଧିକାରୀକ ଭାବେ ବିସିସିଆଇ ପକ୍ଷରୁ କିଛି କୁହାଯାଇ ନାହିଁ ।ସେପଟେ ଗମ୍ଭୀରଙ୍କୁ ମଧ୍ୟ ବିସିସିଆଇର ଏକ କ୍ଷମତାଶାଳୀ ଗୋଷ୍ଠୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ସେହିଭଳି ବିକଳ୍ପର ଅଭାବ ମଧ୍ୟ ବିସିସିଆଇକୁ କୌଣସି କଠୋର ପଦକ୍ଷେପ ନେବାରୁ ରୋକୁଛି। ଅବଶ୍ୟ ଭାରତୀୟ ଡ୍ରେସିଂ ରୁମ୍ରେ ଆଉ ଆଗଭଳି ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ନଥିବା ରିପୋର୍ଟରେ ଦାବି ହୋଇଛି।ଚର୍ଚ୍ଚା ହେଉଛି ଯେ, BCCI ଏବେ ଭିଭିଏସ୍ ଲକ୍ଷ୍ମଣଙ୍କ ସହିତ ଯୋଗାଯୋଗ କରୁଛି । ଲକ୍ଷ୍ମଣଙ୍କୁ ଆଗାମୀ ଟେଷ୍ଟ ଫର୍ମାଟର ମୁଖ୍ୟ କୋଚ୍ କରାଯିବା ନେଇ ଆଲୋଚନା କରାଯାଉଥିବା ଚର୍ଚ୍ଚା ହେଉଛି । ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ଟେଷ୍ଟ୍ ଦଳର ପ୍ରଶିକ୍ଷକ । ଲକ୍ଷ୍ମଣ ଗ୍ରୀନ ସିଗନାଲ ଦେଲେ ସରିଯିବ ଗମ୍ଭୀରଙ୍କ କାର୍ଯ୍ୟକାଳ । ସବୁକିଛି କିନ୍ତୁ ଲକ୍ଷ୍ମଣଙ୍କ ନିଷ୍ପତ୍ତି ଉପରେ ନିର୍ଭରଶୀଳ ରହିବ ।





