କେ. ନୂଆଗାଁ ଥାନା ଅଧିନସ୍ତ ନୂଆପଡାରେ ଦୁଇ ଛାତ୍ର ନଦୀରେ ବୁଡି ମୃତୁ ବରଣ କରିଛନ୍ତି | ନୂଆପଡା ମାର୍ଗଦର୍ଶି ସ୍କୁଲ ଯଥା ଵିଧି ଛୁଟି ହୋଇଯାଇଥିଲା ଆଉ ଛୁଟି ପରେ ଚାନ୍ଦପୁରର ସମ୍ବିତ ପାତ୍ର, ବିଶ୍ୱାସ ପ୍ରଧାନ ସ୍କୁଲରୁ ବାହାରି ନଦୀ ପଟକୁ ଚାରିରୁ ପାଞ୍ଚ ସାଙ୍ଗ ହୋଇ ଗାଧଉଥିବା ବେଳେ ଦୁଇଜଣ ହଠାତ ଖସି ଯାଇ ଅକାତ ଗଣ୍ଡରେ ବୁଡ଼ିଯାଇଥିଲେ | ଦୂରରୁ କିଛି ଲୋକ ଦେଖି ହଠାତ ଆସି ସେଠାରେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ଆଉ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ |

କିନ୍ତୁ ବିଡ଼ମ୍ବନାର ବିଷୟ ଅଗ୍ନିଶମବାହିନୀ ଅହେତୁକ ବିଳମ୍ବରେ ପହଂଚିଥିଲା | ଉକ୍ତ ବିଭାଗ ପହଂଚିବା ସମୟରେ ସ୍ଥାନୀୟ ଲୋକ ଦୁଇଟି ଛାତ୍ରଙ୍କୁ ଗଭୀର ପାଣିରୁ ଉଦ୍ଧାର କରିସାରିଥିଲେ | ଏହା ପରେ ଆମ୍ବୁଲାନ୍ସ ଡାକି ପ୍ରଥମେ ନିକଟସ୍ଥ ବମକୋଇ ମେଡିକାଲକୁ ନେଇଥିଲେ | ସେଠାରେ ପହଂଚିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ | ଏହା ପରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଥିଲା |



