
ସମୟ ଏକାଠି କରିଥିଲା | ସମୟ ବି ଅଲଗା କରିଦେଲା | ଆଇନ୍ ଛାଡ଼ପତ୍ରକୁ ସ୍ୱୀକୃତି ଦେଲା ,ଉଭୟ ଅଲଗା ଅଲଗା ହୋଇଗଲେ | ଆଉ ଦେଖିବାକୁ ମିଳୁନି ଏହି ଯୋଡ଼ିକୁ କି ଆଗକୁ ବି ଆଉ ଦେଖିବାକୁ ମିଳିବନି | କିନ୍ତୁ ଦର୍ଶକବଂଧୁ ଅଲଗା ହେବା ପରେ ବି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଛାଡିଲେଣି ବର୍ଷା ପ୍ରିୟଦର୍ଶିନୀ | ଉଭୟଙ୍କ ମଧ୍ୟରେ ପୁଣି ଦେଖାଦେଇଛି ବିବାଦ ବର୍ଷେ ପରେ ପୁଣି ହାଇକୋର୍ଟକୁ ଦୌଡ଼ିବେ ଅନୁଭବ | ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ | ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା , ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ | ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ | ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା ନେଇ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ | ଏ ନେଇ ନିମ୍ନ ଅଦାଲତ ଚାଲିଥିଲା | ଆଉ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଅନୁଭବ |

ଘରୋଇ ହିଂସା ମାମଲାରେ ଜିତିଥିବାରୁ ଏହି ମାମଲାର ଅସ୍ଥିତ୍ୱ ନାହିଁ | ତେଣୁ କ୍ରିମିନାଲ କେସ ଖାରଜ କରିବାକୁ ଅନୁଭବ ଅନୁରୋଧ କରିଥିଲେ | କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି | ଆଉ ଏବେ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲା ନିମ୍ନ ଅଦାଲତରେ ଚାଲିବ | ମାମଲାରୁ ବାଦ ଦେବା ପାଇଁ ଅନୁଭବ କରିଥିଲେ ଆବେଦନ , ଯାହାକୁ ଖାରଜ କରିଛନ୍ତି କୋର୍ଟ | ଯାହାକି ଏବେ ଅନୁଭବକୁ ବଡ଼ ଝଟକା ଲାଗିଛି | ଯେତେ ଚାହିଁଲେ ବି ଅନୁଭବ ବର୍ଷାଙ୍କ ଜାଲରୁ ମୁକୁଳି ପାରୁନାହାନ୍ତି ..ତେବେ ଦେଖାଯାଉ ଏହି କେସ କେତେ ଦିନ ଚାଲୁଛି ..ଆଉ ଅନୁଭବ କେତେ ଦିନ ହାଇକୋର୍ଟ ଦୌଡୁଛନ୍ତି |





