
ପରୀକ୍ଷା ପ୍ରାୟତଃ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଚିନ୍ତାର କାରଣ ପାଲଟିଥାଏ | କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପଦକ୍ଷେପ ଏହି ଧାରାକୁ ବଦଳାଇ ଦେଇଛି | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥାବାର୍ତ୍ତା କରିବେ | ଠିକ ସେହିପରି ବ୍ରହ୍ମପୁରର ନବମ ଶ୍ରେଣୀର ଛାତ୍ରୀ ବ୍ରିନ୍ଦାରାଣୀ ପଣ୍ଡା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଚମକିଛନ୍ତି |

କାର୍ଯ୍ୟକ୍ରମରେ ବ୍ରିନ୍ଦାରାଣୀ ପ୍ରାୟ ତିନି ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପରୀକ୍ଷାରେ ହେଉଥିବା ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ | ବ୍ରିନ୍ଦା ପରୀକ୍ଷାକୁ ନେଇ ରହିଥିବା ସମୟ ପରିଚାଳନା ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି | ଏପରିକି ଦେଶର ଜାତୀୟତାବୋଧକ କାର୍ଯ୍ୟକ୍ରମ କୁହାଯାଉଥିବା ବୀର୍ ଗାଥା-5.0 ଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ସଫଳତା ପାଇଛନ୍ତି ଛାତ୍ରୀ ଜଣଙ୍କ |

ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବା ଏବଂ ବୀର୍ ଗାଥାରେ କାର୍ଯ୍ୟକ୍ରମରେ ସଫଳତା ପାଇବା ପରେ ନିଜ ବିଦ୍ୟାଳୟକୁ ଫେରିବା ପରେ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକ ନିକଟରେ ରହିଥିବା କେ.ସି.ପବ୍ଲିକ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ବ୍ରିନ୍ଦାରାଣୀ ପଣ୍ଡା | ବ୍ରିନ୍ଦା ଗତ କିଛି ଦିନ ପୂର୍ବରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ଏକ ପ୍ରଶ୍ନର ଭିଡ଼ିଓ ବାର୍ତ୍ତା ରେକର୍ଡ଼ କରି ପଠାଇଥିଲେ | ଏହାପରେ ସେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ପୁଣି ଦୁଇ ଥର ଅନଲାଇନ ମାଧ୍ୟମରେ ବୈଠକ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚୟନ ହୋଇଥିଲେ |

ଏହାପରେ ବ୍ରିନ୍ଦା ଗତ 22 ତାରିଖରେ ଦିଲ୍ଲୀରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |ସାରା ଦେଶରୁ ଏଥିରେ ଯୋଡ଼ି ହୋଇଥିଲେ ମୋଟ 37 ଜଣ ଛାତ୍ରଛାତ୍ରୀ | ଯାହାକି ସେଠାରେ ଉପସ୍ଥିତ ରହିଥିବା ଛାତ୍ରଛାତ୍ରୀ ଦୁଇଟି ଗ୍ରୁପରେ ବିଭକ୍ତ ହୋଇଥିଲେ | ଏହାପରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |




