
ହଁ ଆଂଜ୍ଞା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାହାଙ୍କ ଗୋଟିଏ ଚାଲ୍ରେ ରାଜ୍ୟ ରାଜନୀତି ସରଗରମ ହୋଇଯାଏ | କେତେବେଳେ ସେ କେଉଁ ଗୋଟି ଚଳାନ୍ତି ତାହା କେହି ବୁଝିପାରନ୍ତି ନାହିଁ | ଏବେ ସେମିତି ଗୋଟି ଚଳାଇଛନ୍ତି ନବୀନ , ଯାହାକି ବର୍ତ୍ତମାନର ସରକାରଙ୍କ ଟେନସନ ବଢ଼ାଇ ଦେଇଛି | ତାଙ୍କର ଗୋଟିଏ ଚିଠିରେ ଥରହର ଶାସକ ଦଳ ବିଜେପି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ଲେଖିଥିବା ଚିଠି ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି |ଥରେ ନଜର ପକାନ୍ତୁ ସେହି ଚିଠି ଉପରେ , ଦେଖିଲେ ତ କେମିତି ସିଧା ସିଧା ମୋହନ ସରକାରଙ୍କୁ ପଚାରିଛନ୍ତି , ଅନ୍ନଦାତା ଚାଷୀଙ୍କ ସହ ବିଶ୍ୱାସଘାତକତା କାହିଁକି କଲ? କାହିଁକି ଚାଷୀଙ୍କ ହକକୁ ମାରୁଛି ସରକାର? ରାତି ତମାମ ଶୀତ କାକରରେ ମଣ୍ଡି ବାହାରେ ପଡ଼ି ରହିଛି ଚାଷୀ | ନିଜ ରକ୍ତକୁ ପାଣି କରି ଉପଜାଇଥିବା ଧାନକୁ ଜଗି ବସିଛି,କିନ୍ତୁ ମଣ୍ଡିରେ କ’ଣ ମିଳୁଛି? ନ୍ୟାୟ ନା ଶୋଷଣ? ଓଲଟା କଟନୀ-ଛଟନୀ ନାଁ’ରେ କୁଇଣ୍ଟାଲ ପିଛା ୫ ରୁ ୭ କିଲୋ ଧାନ ଲୁଟ୍ କରାଯାଉଛି | ନବୀନ ଆହୁରି ମଧ୍ୟ ଲେଖିଛନ୍ତି | ଚାଷୀ ଭିକ ମାଗୁନାହିଁ, ସେ ତାର ହକ୍ ଆଉ ସମ୍ମାନ ଚାହୁଁଛି|

ଥରେ ନଜର ପକାନ୍ତୁ ସେହି ଚିଠି ଉପରେ , ଦେଖିଲେ ତ କେମିତି ସିଧା ସିଧା ମୋହନ ସରକାରଙ୍କୁ ପଚାରିଛନ୍ତି , ଅନ୍ନଦାତା ଚାଷୀଙ୍କ ସହ ବିଶ୍ୱାସଘାତକତା କାହିଁକି କଲ? କାହିଁକି ଚାଷୀଙ୍କ ହକକୁ ମାରୁଛି ସରକାର? ରାତି ତମାମ ଶୀତ କାକରରେ ମଣ୍ଡି ବାହାରେ ପଡ଼ି ରହିଛି ଚାଷୀ | ନିଜ ରକ୍ତକୁ ପାଣି କରି ଉପଜାଇଥିବା ଧାନକୁ ଜଗି ବସିଛି,କିନ୍ତୁ ମଣ୍ଡିରେ କ’ଣ ମିଳୁଛି? ନ୍ୟାୟ ନା ଶୋଷଣ? ଓଲଟା କଟନୀ-ଛଟନୀ ନାଁ’ରେ କୁଇଣ୍ଟାଲ ପିଛା ୫ ରୁ ୭ କିଲୋ ଧାନ ଲୁଟ୍ କରାଯାଉଛି | ନବୀନ ଆହୁରି ମଧ୍ୟ ଲେଖିଛନ୍ତି | ଚାଷୀ ଭିକ ମାଗୁନାହିଁ, ସେ ତାର ହକ୍ ଆଉ ସମ୍ମାନ ଚାହୁଁଛି|ଖାଲି ଏତିକି ନୁହେଁ ନବୀନଙ୍କ ଏହି ଚିଠିରେ ଅଛି ମୋହନ ସରକାରଙ୍କ ପାଇଁ କଡ଼ା ପ୍ରଶ୍ନର ବାଣ | ଯେମିତିକି ନିର୍ବାଚନ ସମୟରେ ଦେଇଥିବା ସେହି ବଡ଼ ବଡ଼ ପ୍ରତିଶ୍ରୁତି କୁଆଡେ ଗଲା? କଟନୀ-ଛଟନୀ ନାଁ’ରେ କାହିଁକି ଚାଷୀଙ୍କ ଧାନ ଲୁଟ କରାଯାଉଛି | ୩୧୦୦ ଟଙ୍କା MSP କଥା କହି ଏବେ ୧୫୦ କୁଇଣ୍ଟାଲର କ୍ୟାପ୍ କାହିଁକି? କାହିଁକି ଚାଷୀଙ୍କୁ ତାଙ୍କ ପୂରା ହକ୍ରୁ ବଞ୍ଚିତ କରାଯାଉଛି?ଏମିତି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ହରଡ଼ଘଣାରେ ପକାଇଦେଇଛନ୍ତି ନବୀନ !

ଏହା ସହ ନବୀନ ସରକାରଙ୍କ ଉପରେ ଏକ ବଡ଼ ଅଭିଯୋଗ ମଧ୍ୟ ଲଗାଇଛନ୍ତି , ମଲର ଏବଂ ପ୍ରଶାସନର ମଧୁଚନ୍ଦ୍ରିକା ଚାଲିଛି ଯେଉଁଥିପାଇଁ ଉଭୟ ମିଶି ଚାଷୀଙ୍କୁ ମଣ୍ଡିରେ ହଇରାଣ କରୁଛନ୍ତି | ଏଥିପାଇଁ ନବୀନ ସ୍ପଷ୍ଟ ଚେତାବନୀ ଦେଇଛନ୍ତି , ୭୨ ଘଣ୍ଟା ମଧ୍ୟରେ ମଣ୍ଡିରୁ ଧାନ ଉଠାଯାଉ | କଟନୀ-ଛଟନୀ ବନ୍ଦ ହେଉ ଏବଂ ଚାଷୀଙ୍କୁ ତୁରନ୍ତ ଟଙ୍କା ଦିଆଯାଉ, ନଚେତ୍ ସାରା ଓଡ଼ିଶାରେ ଆନ୍ଦୋଳନ ହେବ| ତେବେ ଦେଖିବାକୁ ବାକି ରହିଲା ଏହାର କଣ ଜବାବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ?




