ହଁ ଆଂଜ୍ଞା ଦିନ ଥିଲା ଶଙ୍ଖ ଘର ପୁରୀ ରହିଥିଲା | ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର ମିଶ୍ରଣ ପର୍ବ ହେଉଥିଲା | ହେଲେ ଏବେ ଖାଲି ହେବାରେ ଲାଗିଛି ଶଙ୍ଖଭବନ | ବରିଷ୍ଠ ନେତାଙ୍କ ଠୁ ଆରମ୍ଭ କରି କନିଷ୍ଠ ନେତା , କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ନବୀନଙ୍କ ହାତ ଛାଡ଼ୁଛନ୍ତି | କିଏ ଦଳ ପରିଚାଳନାକୁ ନେଇ ତ , ଆଉ କିଏ ସଭାପତିଙ୍କ ନେତୃତ୍ୱକୁ ନେଇ ଆଙ୍ଗୁଳି ଉଠାଉଛନ୍ତି | ବିଜେଡି ଛାଡି କ୍ଷମତା ଲୋଭରେ ବିଜେପି ସାମିଲ ହେଉଛନ୍ତି | ଠିକ ସେମିତି ରାଜ୍ୟ କାର୍ଯ୍ୟାଳୟ ଠାରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଏବଂ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି |

ଆଉ ଏହି ସମୟରେ ମଉକା ଦେଖି ଚୌକା ମାରିଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର | ଆମେ ଶୁଣିଛେ ଗାନ୍ଧିଜୀଙ୍କ 3 ମାଙ୍କଡ଼ କଥା,ହେଲେ ବିଧାୟିକା ବିଜେଡିର 3 ଜଣ ମାଙ୍କଡ଼ଙ୍କ କଥା କହିଛନ୍ତି | ସେହି 3 ମାଙ୍କଡ଼ ଆଉ କେହି ନୁହନ୍ତି ସେମାନେ ହେଉଛନ୍ତି ଜଣେ ହେଲେ ପାର୍ଟି ମୁଖିଆ , ଆଉ ଜଣେ ତାମିଲ ନେତା , ଆଉ ଜଣେ ହେଉଛନ୍ତି ଉପକୂଳିଆ ନେତା | ହଁ ଆଂଜ୍ଞା ଗୋଟିଏ ଗୁଳିରେ ପାଣ୍ଡିଆନ , ନବୀନ , ସଞ୍ଜୟ ଦାସ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି |ଆଉ କହିଛନ୍ତି ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ ଆଉ ଅଟକିବୁ ନାହିଁ ,ଏଇଟା ଥିଲା ଟ୍ରେଲର ପୂରା ଫିଲ୍ମ ବାକି ଅଛି | ଦଳ ବିରୋଧୀ ଦର୍ଶାଇ ନବୀନ ସସପେଣ୍ଡ ଓ ବହିଷ୍କାର କରିଚାଲିଛନ୍ତି | ଆଉ ନବୀନ ଏମିତି କଲେ ଶେଷରେ ଦଳରେ ମୁଖିଆଙ୍କୁ ମିଶାଇ ମାତ୍ର ତିନି ଜଣ ରହିବେ | ଆଉ ଆଗକୁ ବିଜେଡିର ଯେମିତି ନିଲମ୍ବନ ପ୍ରକ୍ରିୟା ଚାଲୁ ରହିଥିବ | ସେମିତି ବିଜେପିର ଯେମିତି ମିଶ୍ରଣ ଚାଲୁ ରହିବ ଉପାସନା କହିଛନ୍ତି |

ଏପଟେ ଉପସନଙ୍କ କଥାକୁ କାଉଣ୍ଟର କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା | ବିଜୁ ଜନତା ଦଳ କିଣା ବିକାରେ ବିଶ୍ୱାସ କରେନି ବୋଲି କହିଛନ୍ତି ,ତେବେ ଆୟୋଜିତ ଏହି ମିଶ୍ରଣ ପର୍ବରେ ମାନ୍ୟବର ରାଜ୍ୟ ଉପସଭାପତି ଡଃ ଯତୀନ ମହାନ୍ତି, ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ, ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ,ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ,ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ପୁରୀ ଜିଲ୍ଲା ସଭାପତି ଡଃ ଦେବେନ୍ଦ୍ର ନାଥ ତରାଇ, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶ୍ରୀ ସୁବାସ ଜେନାଙ୍କ ସମେତ ଅନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ |



