
ହଁ ଆଂଜ୍ଞା ସମସ୍ତଙ୍କ ହୃଦୟ ଜିତିଛନ୍ତି ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନୀ | ଆଜିର ମହଙ୍ଗା ଯୁଗରେ ତେଲ, ଲୁଣ ଠାରୁ ଆରମ୍ବ କରି ସବୁ ଏଠି ଛୁଇଁଲେ ପଇସା ଲାଗେ କିନ୍ତୁ ଡାକ୍ତର ପାଖକୁ ଗଲେ ସେମାନେ ପାଣି ପରି ପଇସା ରୋଗୀଙ୍କ ପାଖରୁ ବୋହି ନେଇଯାନ୍ତି କିନ୍ତୁ ଟଙ୍କାଟେରେ ଗରିବ ରୋଗୀଙ୍କ ସେବା କରି ଚାରିଆଡୁ ପ୍ରଂଶସା ସାଉଁଟୁଛନ୍ତି ଡାକ୍ତର ରାମଚନ୍ଦାନୀ | ଆଉ ଆଶୀର୍ବାଦ ଦେବାକୁ ରୋଗୀଙ୍କ ହାତ ତାଙ୍କ ଉପରକୁ ଆପେ ଆପେ ଉଠିଯାଉଛି |ହେଲେ ଆଜି ପୁଣି ଏକ ଅଭିନବ ପ୍ରୟାସ କରିଛନ୍ତି ,ତାଙ୍କ ମା’ଙ୍କୁ ନିଆରା ସମ୍ମାନ ଦେଇଛନ୍ତି | ସେ ତାଙ୍କ ଡାକ୍ତରୀ ଚିଠାରେ ମାଆଙ୍କ ଫଟୋ ଲଗେଇଛନ୍ତି ,କାରଣ ମାଙ୍କ ସ୍ବପ୍ନ ଥିଲା ଗରିବ ଲୋକଙ୍କ ସେବାକରିବା |

ଆଉ ଏକ ଟଙ୍କିକିଆ କ୍ଲିନକ କରିବା ମଧ୍ୟ ସେଥିପାଇଁ ମାଆଙ୍କ ସ୍ବପ୍ନ ସାକାର ପାଇଁ ଏକ ଟଙ୍କିଆ କ୍ଲିନିକ, ଏକ ଟଙ୍କିଆ ମେଡ଼ିସିନ ସେବା, ଏକ ଟଙ୍କିଆ ରହଣି ବ୍ୟବସ୍ଥା କରିଛନ୍ତି | ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ଡାକ୍ତର ତଥା ଜଣାଶୁଣା ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀ କେବଳ ଏତିକି ନୁହେଁ ଲେଖା ମଧ୍ୟ ବଦଳାଇଦେଇଛନ୍ତି ଇଂଲିଶ ବଦଳ ରେ ଓଡ଼ିଆରେ ଲେଖିଛନ୍ତି | ଆଉ ଏହି ଫୋଟୋ ନିଜ ସୋସିଆଲ ମିଡ଼ିଆ ସାଇଡ଼ରେ ସେୟାର କରିଛନ୍ତି |ହଁ ଆଂଜ୍ଞା ଡାକ୍ତର ଶଙ୍କର ରାମଚନ୍ଦାନୀ ୨ ବର୍ଷ ତଳେ ଗରିବ ରୋଗୀଙ୍କ ପାଇଁ ଟଙ୍କିକିଆ କ୍ଲିନିକ୍ ଖୋଲି ଜାତୀୟ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ସ ପାଲଟିଥିଲେ | ଆଉ ପ୍ରତି ବର୍ଷ ରୋଗୀ ସେବାର ମହତ ଉଦ୍ଦେଶ୍ୟ ନେଇ କାମ କରୁଛନ୍ତି | ଫେବୃୟାରୀ ୨୦୨୧ରେ ନିଜ ବୁର୍ଲା ସ୍ଥିତ ବାସଭବନରେ ଟଙ୍କିକିଆ କ୍ଲିନିକ୍ ଆରମ୍ଭ କରିଥିଲେ | ଏଠାରେ ରୋଗୀଙ୍କୁ ଚିକିତ୍ସା ସହ ମାଗଣାରେ ଔଷଧ ଯୋଗଇ ଦେଇଥାନ୍ତି ଡାକ୍ତର ରାମଚନ୍ଦାନୀ | ଆଉ ଆଜିର ସ୍ୱାର୍ଥପର ଦୁନିଆରେ ଡାକ୍ତର ରାମଚନ୍ଦାନୀଙ୍କ ଏଭଳି ସେବା ମନୋବୃତି ଏକ ନିଆରା ଉଦାହରଣ ସୃଷ୍ଟି କରିଛି |



