
ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ଯେବେଠୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବିତ କରିଛନ୍ତି । ସେବେଠୁ ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ବିଧାନସଭାରେ ଅରବିନ୍ଦଙ୍କ କ୍ରେଜ ଦେଖିବା ପରେ ବିଜେପି ବିଧାୟକ , ବିଧାୟିକାମାନେ ତାଙ୍କ ସହ ଘଟି ଜମାଇଥିଲେ । ଏମିତିରେ ବି ପୂର୍ବରୁ ବିଜେପି ବାଲାଙ୍କର ସହ ଭଲ ଭାବ ଅଛି ଅରବିନ୍ଦଙ୍କ। କାହିଁକି ନା ଆଗରୁ ବିଜେପି ସଂଗଠନ ସଜାଡ଼ୁଥିଲେ ଅରବିନ୍ଦ।ଆଉ ଏବେ ସେ ଆଜାଦ ଅଛନ୍ତି। ତେଣୁ ସେ ପଦ୍ମ ପୋଖରୀରେ ବୁଡ଼ ପକାଇ ପାଆନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ବିଧାୟିକା ଉପାସନା ମହାପାତ୍ର କଥା ଛଳରେ କୋଟି ଚଲାଇଥିଲେ ।ଆଉ ଭାଇ ତୁମେ ଫୁଲକୁ ଆସ ବୋଲି କହିଥିଲେ ..ଏହା ପରେ ସମସ୍ତେ କହୁଛନ୍ତି ଉପାସନା କଥା ରଖି ଅରବିନ୍ଦ ପଦ୍ମ ଧରିପାରନ୍ତି । କାରଣ ଉପାସନା ହେଉଛନ୍ତି ଲୁଲୁ ମହାପାତ୍ରଙ୍କ ଝିଅ ।ଆଉ ଅରବିନ୍ଦ ହେଉଛନ୍ତି ବିଜୟ ମହାପାତ୍ରଙ୍କ ପୁୃଅ ।

ଆଉ ଭଭୟ ଭିନ୍ନ ଭିନ୍ନ ଦଳର ହୋଇଥିଲେ ବି ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ସେ ଦୃଷ୍ଟିରୁ ଉପାସନା ଏବଂ ଅରବିନ୍ଦଙ୍କ ମଧ୍ୟରେ ବି ଭଲ ସମ୍ପର୍କ ରହିଛି । ପୁର୍ବ ହୋଲିରେ ଉପାସନା ବିଜୟ ମହାପାତ୍ରଙ୍କ ଘରକୁ ଯାଇଥିଲେ । ଅରବିନ୍ଦଙ୍କ ଗେରୁଆ ରଙ୍ଗ ଲଗାଇ ଦେଇଥିଲେ । ଯେହେତୁ ଅରବିନ୍ଦ ବିଜେଡ଼ିରେ ଥିଲେ ସେ ଗେରୁଆ ରଙ୍ଗ ଲଗାଇ ଦେବାକୁ ହାତ ବଢ଼ାଇଥିଲେ । ହେଲେ ମନା କରି ଦେଇଥିଲେ ଉପାସନା । ଯଦି ଲଗାଇବେ ନାରଙ୍ଗୀ ରଙ୍ଗ ଲଗାନ୍ତୂ ବୋଲି କହିଥିଲେ ।ଆଉ ଏବେ ଅରବିନ୍ଦ ମହାପାତ୍ର ବିଜେଡ଼ି ଦୈାଡ଼ିରେ ବନ୍ଧା ନାହାନ୍ତି । ହେବେ ସେ ଆଜାଦ । ତେଣୁ ଏଥର କୁହାଯାଉଛି ଉପାସନାଙ୍କ ସହ ଗେରୁଆ ରଙ୍ଗରେ ହୋଲି ଖେଳିବେ ଅରବିନ୍ଦ ମହାପାତ୍ର । ବିଧାନସଭାରେ ଏଥର ଏହାର ଝଲକ ଦେଖିବାକୁ ମିଲିଛି । ତେବେ ଦେଖାଯାଉ ଅରବିନ୍ଦ ଆଜାଦ ରହୁଛନ୍ତି ନା ପଦ୍ମ ପୋଖରୀରେ ବୁଡ଼ ପକାଉଛନ୍ତି ।



