Blog
ଆଧାର ଲିଙ୍କ ନଥିଲେ ବନ୍ଦ ହେବ ପେନସନ !
ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ପେନସନ ପାଉଥିବା ହିତାଧିକାରୀଙ୍କ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁ ପେନସନଭୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ହୋଇନାହିଁ, ସେମାନଙ୍କ ପେନସନ ବନ୍ଦ ହୋଇପାରେ। ତେଣୁ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆଧାର ସହ ଶୀଘ୍ର ଲିଙ୍କ କରାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ ନ ଥିଲେ ପେନସନ ରାଶି ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପଠାଇବାରେ ଅସୁବିଧା ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ବ୍ୟାଙ୍କ ଏବଂ ସମ୍ପୃକ୍ତ ବିଭାଗମାନଙ୍କୁ ସମନ୍ୱୟ ରକ୍ଷା କରି ଲିଙ୍କିଂ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ କୁହାଯାଇଛି।
ବିଶେଷକରି ବୃଦ୍ଧ, ଦିବ୍ୟାଙ୍ଗ ଏବଂ ଅସହାୟ ପେନସନଭୋଗୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ସହାୟତା ଶିବିର ଆୟୋଜନ, ସଚେତନତା କାର୍ଯ୍ୟକ୍ରମ ଏବଂ ବ୍ୟାଙ୍କ ସ୍ତରରେ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ନୋଟିସ ଜାରି କରାଯାଇଛି।
ଯେଉଁ ପେନସନଭୋଗୀ ଏପର୍ଯ୍ୟନ୍ତ ନିଜ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ କରିନାହାନ୍ତି, ସେମାନେ ତୁରନ୍ତ ନିକଟସ୍ଥ ବ୍ୟାଙ୍କ ଶାଖା କିମ୍ବା ସମ୍ପୃକ୍ତ ସେବା କେନ୍ଦ୍ରକୁ ଯାଇ ଆଧାର ସିଡିଂ(ଲିଙ୍କ) ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ପେନସନ ବିତରଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ।
- Trending




