Blog
ଫ୍ରିଜ ଭିତରେ ଶିବ ଲିଙ୍ଗ !
ଫ୍ରିଜ ଭିତରେ ଶିବ ଲିଙ୍ଗ। ଉଡ଼ିଗଲା ହୋସ, ପୂଜା ଆରମ୍ଭ କଲେ ଲୋକେ। ଅମରନାଥ ବାବା ଙ୍କ କଥା ତ୍ ଆପଣ ମାନେ ଜାଣିଥିବେ। ଏବର୍ଷ ଅମରନାଥ ଯାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଦେଖିଥିବେ। ବାବା ବର୍ଫାନିଙ୍କୁ ଦେଖିବାକୁ ଯାଉଥିବା ଶ୍ରଦ୍ଧାଳୁ ନିରାଶ ହେଉଛନ୍ତି ତାଙ୍କୁ ବାବା ଙ୍କ ଦର୍ଶନ ମିଳିନି। ଏମିତି କି ଦୁଇ ମାସ ଧରି ଚାଲିବାକୁ ଥିବା ଯାତ୍ରାର ୪ ନମ୍ବର ଦିନ ବାବା ଉଭେଇ ଗଲେ। ଅର୍ଥାତ ଯେଉଁ ବରଫର ସୋୟମ୍ ଭୁ ଶିବ ଲିଙ୍ଗ ଏବର୍ଷ ମାତ୍ର ଚାରି ଦିନରେ ଉଭେଇ ଗଲେ। ବାସ୍ ଭକ୍ତ ନିରାଶ ମନରେ ଫେରୁଛନ୍ତି ଆଉ ମନରେ ମନରେ ଭାବୁଛନ୍ତି ୟେ କଣ ହେଇଗଲା। ହେଲେ ଏପଟେ ଦେଖନ୍ତୁ କେମିତି ଫ୍ରେଜ ଭିତରେ ଲିଙ୍ଗ ଆକୃତି ତିଆରି ହେଇଛି।
ଉତ୍ତର ପ୍ରଦେଶ ଆଗ୍ରା ରେ ଏବେ ଏମିତି ଫ୍ରିଜ୍ ଭିତରେ ଶିବଲିଙ୍ଗ ତିଆରି ହେଇ ଯାଇଛି। ଜଣେ ବ୍ୟକ୍ତି ଗଲା କିଛି ଦିନ ଧରି ଫ୍ରୀଜ୍ ବନ୍ଦ କରି କୁଆଡେ ଯାଇଥିଲେ। ଆଉ ଘରକୁ ଫେରି ଦେଖିଲା ବେଳକୁ ଏମିତି ଅବସ୍ଥା। ଡିପ୍ ଫ୍ରିଜର ଭିତରେ ମହାଦେବ ଆବିର୍ଭାବ ହେଇଥିବା ଭାବି ପୂଜାର୍ଚ୍ଚନା ଆରମ୍ଭ ହେଇଛି। ବିଶ୍ୱାସରେ ବସଇ ହରି। ମାନିଲେ ଭଗବାନ ନମାନିଲେ ପଥର। ଏବେ ସେମିତି କିଛି। ବାବା ଅମରନାଥ ଙ୍କୁ ଲୋକେ ଦେଖିବା ପାଇଁ ପାଗଳ ଆଉ ଏପଟେ ଘରର ଫ୍ରୀଜର ଏମିତି ଦୃଶ୍ୟ। ଏସବୁ ଅନ୍ଧ ବିଶ୍ୱାସ ନା ବିଜ୍ଞାନର କରାମତି ନା ଆଉ କିଛି।
- Trending




