Blog
ବାଛି ବାଛି ହିନ୍ଦୁ ଧର୍ମରେ ବିବାହ କରୁଛନ୍ତି, ୧୫ ବର୍ଷ ପରେ ଛାଡପତ୍ର ! ଗୋଟେ ନୁହେଁ ତିନି ତିନିଟି ବିବାହ।
ନିଜକୁ ପରଫେକ୍ଟ କୁହନ୍ତି ହେଲେ ତାଙ୍କ ଜୀବନ ପୁରା ଗଡ଼ବଡ଼। ଗୋଟରେ ସନ୍ତୁଷ୍ଟ ନୁହଁ। ଯେଉଁ ବୟସରେ ଝିଅ ବାହା ହେଲା, ଯେଉଁ ବୟସରେ ନାତି ନାତୁଣୀ ବୁଲେଇବା କଥା ଯେଉଁ ବୟସରେ ଅନ୍ୟ ପାଇଁ ଉଦାହରଣ ହେବା କଥା ସେଇ ବୟସରେ ତୃତୀୟ ବିବାହ। ବଲିଉଡରେ କଣ କେତେବେଳେ ଘଟୁଛି, ଆଉ କେତେବେଳେ କଣ ଘଟିବ ତାହା କହିବା ଭାରି ମୁସ୍କିଲ। ଏଇ ଦେଖୁନାହାନ୍ତି କେମେତି ତୃତୀୟ ବିବାହ କରି ଏବେ ଚର୍ଚ୍ଚାରେ ଅମିର ଖାନ। ପ୍ରବଳ ଟ୍ରୋଲ୍ ହେଉଛନ୍ତି, ପ୍ରବଳ ସମାଲୋଚନା ସହୁଛନ୍ତି। ଯେଉ ଆମୀର ନିଜର ଫିଲ୍ମରେ ପରଫେକ୍ଟ କଥା ସବୁବେଳେ କୁହନ୍ତି, ସବୁବେଳେ ନିଜକୁ ବେଷ୍ଟ ବୋଲି ଦର୍ଶାନ୍ତି ଏବେ ସିଏ କରିଛନ୍ତି ତୃତୀୟ ବିବାହ।
ବାହାଘର ଏକ ବ୍ୟକ୍ତିଗତ ବ୍ୟାପାର। କିନ୍ତୁ ଷ୍ଟାର ଜୀବନ ଅନେକ ସମୟରେ ଫ୍ୟାନଙ୍କ ଉପରେ ପ୍ରଭାବ ପକାଏ। ଲୋକେ ଶିଖନ୍ତି ସେମାନଙ୍କ ଠାରୁ। ଆମିରଙ୍କ ଠୁ ଲୋକେ କଣ ଶିଖିବେ ? ଯେତେବେଳେ ଦୁଇ ଦୁଇ ଜଣ ସ୍ତ୍ରୀ ଜୀବିତ, ବଡ଼ ଝିଅ ନିକଟରେ ବିବାହ କରିଛନ୍ତି ସେଭଳି ସ୍ଥିତିରେ ପୁଣି ବାହାଘରର କଣ ଆବଶ୍ୟକ ?
ଚର୍ଚ୍ଚା ଖାଲି ସେତିକିରେ ସୀମିତ ରହିନି। ପୁର୍ବରୁ ରୀନା ଦତ୍ତ, ପରେ କିରଣ ରାଓ ଆଉ ତୃତୀୟ ସ୍ତ୍ରୀ ଗୌରୀ ସ୍ପ୍ରାଟ୍। ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ହିନ୍ଦୁ ହେଇଥିବା ବେଳେ ତୃତୀୟ ସ୍ତ୍ରୀ ଖ୍ରୀଷ୍ଟିଆନ। ଜାଣିକି ନିଜ ଧର୍ମର ଝିଅଙ୍କୁ ଛାଡ଼ି ଅନ୍ୟ ଧର୍ମର ଝିଅଙ୍କୁ ସେ ବିବାହ କରୁଥିବା କଥା ବି ବଲିଉଡରେ ଫୁସୁରୁ ଫାସୁର ହେଲେଣି। ଏବେ ଦେଖିବାର କଥା ଏଇ ବିବାହ ପୁଣି କେତେ ଦିନ ଚାଲୁଛି।
- Trending




