Blog
CM ରେସ୍ରେ ଧର୍ମେନ୍ଦ୍ର, ଦିଲ୍ଲୀରୁ ଛାଡ଼ିବେ କି ମୋଦି ?
ଓଡ଼ିଶା ରାଜନୀତିରେ ପୁଣି ଜୋର ଧରିଛି ଆଉ ଏକ ଚର୍ଚ୍ଚା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ? ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠୁ ଏହି ପ୍ରଶ୍ନ ବାରମ୍ବାର ଉଠୁଛି । କାରଣ ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କୁହାଯାଏ । ସଂଗଂନକୁ ମଜବୁତ କରିବାଠୁ ଆରମ୍ଭ କରି ନିର୍ବାଚନୀ ରଣନୀତି । ପ୍ରତ୍ୟେକ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ସକ୍ରିୟତା ଦେଖିବାକୁ ମିଳିଥିଲା ।
ଆଉ ସମସ୍ତେ ଭାବିଥିଲେ ଧର୍ମେନ୍ଦ୍ର ପ୍ରଧାନ ହିଁ ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ବିଜେପି ଆଦିବାସୀ କାର୍ଡ଼ ଖେଳିଲା । ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଗଲା । ଏହାପରେ ଅନେକ ରାଜନୈତିକ ବିଶ୍ଳେଷକ କହିଥିଲେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀରେ ରଖିବା ପାଇଁ ହିଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀରୁ ଛାଡ଼ିବାକୁ ଚାହୁଁନାହାନ୍ତି ବୋଲି ଚର୍ଚା ହେଉଛି ।
କାରଣ ସେ କେନ୍ଦ୍ର ସରକାରରେ ଦୀର୍ଘ ଦିନ ଧରି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳି ଆସୁଛନ୍ତି ଏବଂ ଜାତୀୟ ସ୍ତରରେ ଦଳର ଜଣେ ଭରସାଯୋଗ୍ୟ ନେତା ଭାବେ ପରିଚିତ । ଏପରି ପରିସ୍ଥିତିରେ ତାଙ୍କୁ ରାଜ୍ୟ ରାଜନୀତିକୁ ଆଣିବା ନେଇ ନିଷ୍ପତ୍ତି ସମ୍ପୂର୍ଣ୍ଣ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ନିର୍ଭର କରିବ । ଆଗାମୀ ଦିନରେ ଓଡ଼ିଶା ରାଜନୀତି କେଉଁ ମୋଡ଼ ନେବ? ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ହିଁ ରହିବେ ନା ରାଜ୍ୟ ରାଜନୀତିରେ ବଡ଼ ଭୂମିକା ନେବେ? ଏହି ସବୁ ପ୍ରଶ୍ନର ଉତ୍ତର ସମୟ ହିଁ ଦେବ ।
- Trending




