Blog
ଲୋକଙ୍କ ସରକାରରେ ଓଡ଼ିଶାର ବୁଣାକାରଙ୍କୁ ଜାତୀୟ ସମ୍ମାନ, ଦେଶରେ ଚମକିଲା ଓଡ଼ିଶାର ହସ୍ତତନ୍ତ!
ଓଡିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ପ୍ରଦାନ କରିଛନ୍ତି ଡବଲ ଇଞ୍ଜିନ ସରକାର । ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପକୁ ଜାତୀୟ ସ୍ତରରେ ପୁଣି ଥରେ ମିଳିଛି ଗର୍ବର ସ୍ୱୀକୃତି। ଚଳିତ ବର୍ଷ ଜାତୀୟ ହସ୍ତତନ୍ତ ପୁରସ୍କାରରେ ଓଡ଼ିଶାର ଦୁଇଜଣ ବୁଣାକାର ସମ୍ମାନିତ ହୋଇଛନ୍ତି।
‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର–୨୦୨୫’ ପାଇଁ ବରଗଡ଼ର ଶ୍ରୀ ରାମ ମେହେର ମନୋନୀତ ହୋଇଥିବା ବେଳେ ‘ଜାତୀୟ ହସ୍ତତନ୍ତ ପୁରସ୍କାର–୨୦୨୫’ ପାଇଁ ଜଗତସିଂହପୁରର ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଚୟନ ହୋଇଛନ୍ତି ।
ଯାହାକି ଓଡ଼ିଶାର ହସ୍ତତନ୍ତ ଐତିହ୍ୟ ଏବଂ ବୁଣାକାରମାନଙ୍କ ଅନନ୍ୟ କାରିଗରୀଙ୍କ କୌଶଳକୁ ଏକ ଉଜ୍ଜ୍ୱଳ ପରିଚୟ ପ୍ରଦାନ କରିଛି ।
ଏହି ସଫଳତା ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ରାଜ୍ୟର ବୁଣାକାରମାନଙ୍କ ପାଇଁ ଗର୍ବର ବିଷୟ ହୋଇଛି।
- Trending




