ସ୍କୁଲରେ ଅଣ୍ଡା ବନ୍ଦ, ଆଉ ପିଲାଙ୍କୁ ମିଳିବନି ଅଣ୍ଡା ? ମିଡ୍ ଡେ’ ମିଲରେ ଅଣ୍ଡା ବନ୍ଦ !

ପଶ୍ଚିମବଂଗ ଏଠି ୯୦ ପ୍ରତିଶତ ଲୋକେ ଆମିଷାଶୀ । ଅର୍ଥାତ ନନ Vegitarian। ଅଣ୍ଡା ମାଛ ମାଂସ ପସନ୍ଦ କରୁଥିବା ଲୋକେ। ସେଇ ରାଜ୍ୟରେ ଆମିଷ ନିରାମିଷ କୁ ନେଇ ନୂଆ ତର୍କ ବିତର୍କ ଆରମ୍ଭ ହେଇଛି। ବିବାଦ କୋଉଠି ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ସ୍କୁଲ ପିଲାଙ୍କୁ ଦିଆଯାଉଥିବା ଅଣ୍ଡା ଏଣିକି ଆଉ ମିଳିବନି। ନୂଆ ସରକାର ସ୍କୁଲରେ ପିଲାଙ୍କ ଖାଦ୍ୟ ଦାୟିତ୍ୱ ଇସ୍କନ ହାତରେ ଦେଇଛି। ଆଉ ଇସ୍କନ ଅଣ୍ଡା ନଦେଇ ବାକି ପ୍ରୋଟିନ ଯୁକ୍ତ ଖାଦ୍ୟ ଦେବା ବୋଲି ଦାବି କରିଛି। ହେଲେ ଏଇ ନିଷ୍ପତି କେବଳ ନିଷ୍ପତି ରେ ସୀମିତ ରହିନି। କାରଣ ମାଛ ମାଂସ କୁ ନେଇ ନିର୍ବାଚନ ବେଳେ ବିଜେପି ଟିଏମ୍ସି ମୁହାଁମୁହିଁ ହୋଇଥିଲେ। ମମତା ଅଭିଯୋଗ କରିଥିଲେ ବିଜେପି ସତ୍ତାକୁ ଆସିଲେ ଏମିତି କିଛି ରୋକ ଲାଗିବ। ଆଉ ବାସ୍ ୟାକୁ ନେଇ ବିଜେପି ବି ଷ୍ଟଣ୍ଟ ପ୍ରଦର୍ଶନ କରିଥିଲା। ପାର୍ଟି ଅଫିସରେ ମାଛ ଖାଇ ପ୍ରତିବନ୍ଧକ ହେବନି ଦର୍ଶାଇଥିଲା।

ଅଣ୍ଡା ପିଲାଙ୍କୁ ଜରୁରୀ। କାରଣ ପିଲାଙ୍କୁ ପ୍ରୋଟିନ, B12, ଆଇରନ, Fat ଆବଶ୍ୟକ। ଛୋଟିଆ ଅଣ୍ଡା ଅନେକ ଫାଇଦା ଦେଇଛି। ଏବେ ନୁହେଁ ସାରା ବିଶ୍ୱରେ ବର୍ଷ ବର୍ଷ ଧରି ଅଣ୍ଡା ପିଲାଙ୍କୁ ଦିଆଯାଏ। ଇସ୍କନ କହିଛି ଅଣ୍ଡା ବଦଳରେ ସୋୟାବିନ ଆଉ ପନିର ଦିଆଯିବ। ହେଲେ ପ୍ରଶ୍ନ ଉଠୁଛି ସୋୟାବିନ ଆଉ ପନିର ରେ କଣ ଅଣ୍ଡା ଭଳି ପ୍ରୋଟିନ ମିଳିପାରିବ। କାରଣ ଗୋଟିଏ ଅଣ୍ଡା ୧୦୦ ଗ୍ରାମ ସୋୟାବିନ ସହ ସମାନ। ୧୦୦ ଗ୍ରାମ ସୋୟାବିନ ରୋଷେଇ ହେଲେ ପ୍ରାୟ ୩୦୦ ଗ୍ରାମରେ ପାଲଟିବ ଆଉ ସେତିକି ଗୋଟେ ପିଲା ଥରକରେ ଖାଇବା ସମ୍ଭବ ନୁହେଁ। ସେଭଳି ସ୍ଥିତିରେ କେମିତି ପିଲାଙ୍କ ପୃଷ୍ଠି ଭରଣା କରାଯିବ ?

ଆମେରିକା ଚୀନ quantam ସାଇନ୍ସ ପଛରେ ଦୌଡିଛି। ଆମେ ଏବେ ଅଣ୍ଡାକୁ ନେଇ ରାଜନୀତି କରୁଛେ। ଦୁନିଆ AI ସହ କାମ କରୁଛି ଆମେ ଆମିଷ ନିରାମିଷ ଭିତରେ ଫସିଛନ୍ତି।… ବେଙ୍ଗଲ ସ୍କୁଲ ପ୍ଲେଟ୍ ରେ ସିନା ଅଣ୍ଡା ବନ୍ଦ ହେଇଛି କିନ୍ତୁ ନେତାଙ୍କୁ ପ୍ରବଳ ମାଡ଼ ଏବେ ବି ଚାଲିଛି। କାଲି ହିଁ ଆମ ଭାଉଜ ମହୁଆ ମୈତ୍ରଙ୍କୁ ଅଣ୍ଡା ମାଡ ହେଇଛି। ଭାଗ୍ୟ ଭଲ ପଶ୍ଚିମବଙ୍ଗରୁ ଏଇ ନିୟମକୁ ଲାଗୁ କରୁନି ଆମ ରାଜ୍ୟ।