୧୫ ଦିନରେ ମଧ୍ୟରେ ମିଳିବ ଭତ୍ତା – ‘ମନମୋହନ ସାମଲ’

ରାଜ୍ୟ ସରକାର ଗରିବ, ଅସହାୟ ଓ ବୃଦ୍ଧଙ୍କ କଲ୍ୟାଣ ପାଇଁ ଏକାଧିକ ଯୋଜନାର କଥା କହୁଛନ୍ତି | ବିକାଶର ଡିଣ୍ଡିମ ପିଟୁଛନ୍ତି | ହେଲେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ| ଯେଉଁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାକୁ ଭରସା କରି ଦିନ କାଟୁଛନ୍ତି ଅନେକ ବୃଦ୍ଧବୃଦ୍ଧା, ସେହି ଭତ୍ତା ମାସ ମାସ ଧରି ମିଳୁନଥିବା ଅଭିଯୋଗ ଆସିଛି | ମାସ ପରେ ମାସ ବିତିଗଲା.ହେଲେ ଆକାଉଣ୍ଟକୁ ଆସିଲାନି ଗୋଟିଏ ଟଙ୍କା | କେବଳ ବୃଦ୍ଧ ନୁହେଁ, ଦିବ୍ୟାଙ୍ଗମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ | ବ୍ୟାଙ୍କରୁ ପଞ୍ଚାୟତ ଅଫିସ, ସରପଞ୍ଚଙ୍କଠାରୁ ବ୍ଲକ କାର୍ଯ୍ୟାଳୟ ସବୁଠି ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି ହିତାଧିକାରୀ |

ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ୧୫ ଦିନରେ ମଧ୍ୟରେ ହେବ ଭତ୍ତା ସମସ୍ୟାର ସମାଧାନ ‘ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି। ‘ଯେଉଁମାନେ କ୍ୟାସ୍ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର ସମସ୍ୟା ହୋଇନି। ‘ଯେଉଁମାନଙ୍କ ଅନଲାଇନରେ ଭତ୍ତା ଯାଉଛି, ସେମାନଙ୍କର ସମସ୍ୟା ହୋଇଛି।

କେନ୍ଦ୍ର ସରକାର ପକ୍ଷରୁ ନୂଆ କରି ସଫ୍ଟଓୟାର ଡେଭଲପ୍ କାମ ଚାଲିଛି। କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି। ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି। ତେବେ ଯେଉଁମାନେ ପାଇନାହାନ୍ତି ଏକକାଳୀନ ପାଇବେ ବୋଲି ସୂଚନା ଦେଇଛନ୍ତି ସାଂସଦ ମନମୋହନ ସାମଲ।