୨୦ଜଣିଆ SMC କମିଟି ଗଠନ | କିଏ ହେଲେ ନୂଆ ସଭାପତି ?

ବଲାଙ୍ଗିର ଜିଲ୍ଲା ପାଟଣାଗତ ବ୍ଲକ ଅନ୍ତର୍ଗତ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟ ସୋଲବନ୍ଧ ରେ ଗଠିତ ହେଲା ୨୦ ଜଣିଆ ନୂତନ ସ୍କୁଲ ପରିଚାଳନା କମିଟି ! ବିଦ୍ୟାଳୟ ପରିସରରେ ସମସ୍ତ ଅଭିଭାବକ ଅଭିଭାବିକା ମାନଙ୍କ ଉପସ୍ଥିତିରେ ସ୍କୁଲ ପରିଚାଳନା କମିଟି ର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ, ଆଶା କର୍ମୀ କିଶୋରୀ ବରିହା, ଅଙ୍ଗନୱାଡି କର୍ମୀ ପ୍ରିୟମ୍ବଦା ପୁଟେଲ, ଗାଁ ର ମହିଳା ୱାର୍ଡ ମେମ୍ବର ଦୈମତି ପଧାନ, ସହଯୋଗୀ ଶିକ୍ଷକ ସୁରୁସିଂ ନାଏକ ଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ ଙ୍କ ମାତା ପିତା ଙ୍କୁ ନେଇ ୨୦ ଜଣିଆ ସ୍କୁଲ ପରିଚାଳନା କମିଟି ତଥା ସଦସ୍ୟ ସଦସ୍ୟା ମାନଙ୍କୁ ଚୟନ କରାଯାଇଥିଲା। ଚୟନ ହୋଇଥ‌ିବା ସଦସ୍ୟ ସଦସ୍ୟା ମାନେ ବିଦ୍ୟାଳୟରେ ଉପସ୍ଥିତ ହୋଇ ପରିଚାଳନା କମିଟିର ମେମ୍ବର, ସଭାପତି ଓ ଉପ ସଭାପତି ଚୟନ କରିଥିଲେ। ଏହି ଚୟନ ପ୍ରକ୍ରିୟା ରେ ପ୍ରଥମ ତହ ମେମ୍ବର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ଙ୍କ ଦ୍ଵାରା ମନୋନୀତ ମେମ୍ୱର ପଲସୀ ବରିହା, ମାଧବୀ ମାଝୀ, ନୃପ ବାଗ, ପବିତ୍ର ପୁଟେଲ, ଥବିର ସାହୁ, ସଦାନନ୍ଦ ମେହେର, ତୁଲାବତି ସେଠ, ଦ୍ୱିତୀୟା ବିଶି, ସିଦ୍ଧେଶ୍ୱର ମାଝୀ, ଲିଲି ପଧାନ, ରୀନା ଭୋଇ, ସମାରି ବରିହା, ପୁଷ୍ପାଞ୍ଜଳି ଭୁଏ, ସତ୍ୟବତୀ ମେହେର, ଭୂମିସୂତା ମେହେର ୧୫ ଜଣ ମେମ୍ବର ମନୋନୀତ ହୋଇଥିଲେ । ଏବଂ ୧୫ ଜଣ ମେମ୍ବର ଚୟନ ମଧ୍ୟରେ ମାଧବୀ ମାଝୀ ଙ୍କୁ ଉପ ସଭାପତି ଭାବରେ ସମସ୍ତ ମେମ୍ବର ଚୟନ କରିଥିବା ବେଳେ ସଭାପତି ପଦ ପାଇଁ ତିନି ଜଣ ପ୍ରାର୍ଥୀ ଛିଡ଼ା ହେବାରୁ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମେତ ସମସ୍ତ ମେମ୍ବର ମାନଙ୍କୁ ନେଇ ଭୋଟ କରାଯାଇଥିଲା ।

ସଭାପତି ପଦ ପାଇଁ ତିନି ଜଣ ପ୍ରାର୍ଥୀ ଛିଡ଼ା ହେବା ଦେଖି ପ୍ରଧାନ ଶିକ୍ଷକ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଗାଁ ର ମହିଳା ୱାର୍ଡ ମେମ୍ବର, ସହଯୋଗୀ ଶିକ୍ଷକ ଭୋଟ ରେ ଅଂଶ ଗ୍ରହଣ ନ କରି ସ୍କୁଲ ପରିଚାଳନା କମିଟି ପାଇଁ ୧୫ ଜଣ ମେମ୍ବର ଙ୍କୁ ନେଇ ଭୋଟ କରିବା ନେଇ ନିଷ୍ପତ୍ତି ଛାଡିଥିଲେ।ପରେ ୧୫ ଜଣ ମେମ୍ବର ମଧ୍ୟରେ ଭୋଟ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଭୋଟ ପ୍ରକ୍ରିୟା ରେ ନୃପ ବାଗ ସୂର୍ୟ ଚିହ୍ନ, ପଲସୀ ବରିହା ଚନ୍ଦ୍ର ଚିହ୍ନ ଓ ସିଦ୍ଧେଶ୍ୱର ମାଝୀ ତାରା ଚିହ୍ନ ରେ ଛିଡା ହୋଇଥିଲେ । ପରେ ଭୋଟ ହୋଇଥିଲା ଓ ଭୋଟ ଶେଷ ହେବା ପରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ମେମ୍ବର ସମ୍ମୁଖରେ ଭୋଟ ଗଣତି ହୋଇ ଥିଲା ଭୋଟ ଗଣତି ଶେଷ ହେବା ବେଳେ ନୃପ ବାଗ ୩ ଖଣ୍ଡ, ପଲସୀ ବରିହା ୬ ଖଣ୍ଡ,ସିଦ୍ଧେଶ୍ୱର ମାଝୀ ୫ ଖଣ୍ଡ ଓ ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ ୬ ଖଣ୍ଡ ଭୋଟ ପାଇ ପଲସୀ ବରିହା ନୂତନ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟ ସୋଲବନ୍ଧ ର ଗଠିତ ନୂତନ ସ୍କୁଲ ପରିଚାଳନା କମିଟି ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।ଏହି ସ୍କୁଲ ପରିଚାଳନା କମିଟି ଗଠନ ସଭା କୁ ସହ ଶିକ୍ଷକ ସୁରୁସିଂ ନାଏକ ସଭା ପରିଚାଳନ କରିଥିବା ବେଳେ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।