Blog
୨୦୨୯ରେ ମହାଲଢ଼େଇ । ଅପରାଜିତା VS ସୁଜାତା !
ଦୁଇଜଣ ଆଇଏସ୍ ଅଫିସର୍, ଆଉ ଦୁଇଜଣଙ୍କର ବି ପ୍ରଶାସନିକ ଦକ୍ଷତା ବେଶ ରହିଛି । ଜଣେ ପ୍ରଶାସକରୁ ଦୁଇ ଦୁଇ ଥର ସାଂସଦ ହୋଇଛନ୍ତି । ଆଉ ଜଣେ ଏଇ କିଛି ଦିନ ହେବ ରାଜନୀତିରେ ପାଦ ଥାପିଛନ୍ତି । ବିଜେଡ଼ିର ସାଧରଣ ସଦସ୍ୟରୁ ନିଜର ରାଜନୀତି ଯାତ୍ରା ଆରମ୍ଭ କରିଛନ୍ତି । ଏମାନଙ୍କ ରାଜନୀତି, ଆଉ ଏମାନଙ୍କ ରାଜନୀତି ଲଢ଼େଇ ଆଗାମୀ ଦିନରେ ବେଶ ଚର୍ଚ୍ଚାର ବିଷୟ ପାଲଟିବ ।
ଅପରାଜିତା ଷଡ଼ଙ୍ଗୀ ବନାମ ସୁଜାତା ରାଉତ କାର୍ତ୍ତିକେୟନ ୨୦୧୯ ଓ ୨୦୨୪ ଦୁଇଟି ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପକ୍ଷରୁ ବିଜୟ ହାସଲ କରିଛନ୍ତି । ଅପରାଜିତା ଷଡ଼ଙ୍ଗୀ, ରାଜଧାନୀରେ ସଂଗଠନ, ବ୍ୟକ୍ତିଗତ ଛବି ଓ ସକ୍ରିୟ ରାଜନୀତି ପାଇଁ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଉ ବିଜେଡି ଲଗାତାର ଦୁଇ ଥର ନିର୍ବାଚନରେ ଏହି ଆସନ ହାତେଇବାରେ ବିଫଳ ହୋଇଛି । ତେଣୁ ୨୦୨୯ ପାଇଁ ବିଜେଡି ନୂଆ ମୁହଁ ଓ ନୂଆ ରଣନୀତି ଉପରେ ଭରସା କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ସୁଜାତା ରାଉତ କାର୍ତ୍ତିକେୟନ ଦୀର୍ଘ ଦିନ ଧରି ମିଶନ ଶକ୍ତି ସହ ଜଡ଼ିତ ଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ସହ ତାଙ୍କର କାର୍ଯ୍ୟ ଅନୁଭବ ରହିଛି । ଏହି ଅଭିଜ୍ଞତାକୁ ଆଧାର କରି ବିଜେଡି ମହିଳା ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାର ଯୋଜନା କରିପାରେ ବୋଲି ଆଲୋଚନା ହେଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି । ୨୦୨୯ ଲୋକସଭା ନିର୍ବାଚନକୁ ଏବେ ବହୁ ସମୟ ବାକି ରହିଛି । କିଏ କେଉଁ ଆସନରୁ ପ୍ରାର୍ଥୀ ହେବେ, ତାହା ନେଇ ବିଜେଡି କିମ୍ବା ବିଜେପି କୌଣସି ଦଳ ପକ୍ଷରୁ ଆଧିକାରିକ ଘୋଷଣା ହୋଇନାହିଁ ।
କିନ୍ତୁ ସୁଜାତା ରାଉତ କାର୍ତ୍ତିକେୟନଙ୍କ ରାଜନୀତିରେ ପ୍ରବେଶ ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ନେଇ ଆଲୋଚନା ନିଶ୍ଚିତ ଭାବେ ବଢ଼ିଛି । ବିଶେଷକରି ଭୁବନେଶ୍ୱର ଲୋକସଭା ଆସନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।
- Trending




