Blog
ବାହୁବଳିଙ୍କ ପାଇଁ ଏବେ ବି ମୁଖ୍ୟମନ୍ତ୍ରୀ ନବୀନ !
ଓଡ଼ିଶାର ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ବିବାଦ ଯେଉଁଛି ତାଙ୍କ ନାଁ ସେଇଠି| ଏ କଥା ଖୋଦ୍ ବିଜେପିର ଖୋର୍ଦ୍ଧା ବିଧାୟକ ସ୍ୱୀକାର ବି କରନ୍ତି | କେବେ ଗଣ୍ଡଗୋଳ ତ କେବେ କର୍ମୀଙ୍କୁ ଠେଲାପେଲା.. ଏମିତି ସବୁ କାଣ୍ଡ ପାଇଁ ପ୍ରଶାନ୍ତ ଯେତିକି ଫେମସ୍, ସେତିକି ବିବାଦୀୟ.| ଦଳୀୟ ନେତ୍ରୀ, ଖାସ୍ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ସେ ବେଳେ ବେଳେ ଅସହଜ ବି ହୋଇପଡ଼ନ୍ତି|କେବଳ ଏତିକି ନୁହେଁ, ସେ ନିଜେ ବି କୁହନ୍ତି.. ସେ ବହୁତ ଶାନ୍ତ, କିନ୍ତୁ ରାଗିଗଲେ ସବୁ ଭୁଲିଯାଆନ୍ତି.. ଗଜନୀ ହୋଇଯାଆନ୍ତି..

ତାହାର ଉଦାହରଣ ମଧ୍ୟ ଦେଖନ୍ତୁ | ସେ ବିଜେପିରୁ ବିଧାୟକ ହେଉଛନ୍ତି| ରାଜ୍ୟରେ ବିଜେପି ସରକାର ଗଢ଼ିଛି ..ଆଉ ରାଜ୍ୟର ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ..ହେଲେ ଏବେ ପୁରୁଣା ଆଦତ ଭୁଲିନାହାନ୍ତି ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ..ଏବେ ବି ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ..ଯାହାକି ସେ ଆଜି ଭାଷଣ ଦେବା ବେଳେ ଖୋଲା ମଞ୍ଚରେ କହିଛନ୍ତି
ହଁ ଆଂଜ୍ଞା ବିଜେଡି ଅମଳରେ ବେଗୁନିଆରେ ଯେଉଁ ପିଇବା ପାଣି କାମ ହୋଇଥିଲା.. ତାହାର ଉଦଘାଟନ ସ
ମାରୋହରେ ବିଧାୟକ ଜଗଦ୍ଦେବ ସାମିଲ ହୋଇଥିଲେ.. ସେଠି ଭାଷଣ ଦେଉ ଦେଉ ସତକୁ ସତ ଗଜନୀ ପାଲଟିଗଲେ ପ୍ରଶାନ୍ତ.. କହୁ କହୁ କହିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଓ ପରେ ଜିଭ କାମୁଡି କଥାକୁ ଆଡଜଷ୍ଟ କରିବାକୁ ଚେଷ୍ଟା କଲେ.. ଆଉ ଅନିଛା ସତ୍ତ୍ୱେ ନବୀନ କରିଥିବା କାମର କଥା ବି କହିଲେ |
ହେଲେ ଲୋକମାନେ ଏହାକୁ ନେଇ ଅନେକ ଚର୍ଚ୍ଚା କରୁଛନ୍ତି ..ଆଉ କାହୁଛାନ୍ତି ମନ ଗୋଟେ ଆଡେ ..ଶରୀର ଆଉ ଗୋଟେ ପଟେ ..ଦଳ ଟିକଟ ଦେଲାନି ବୋଲି ସିନା ପଦ୍ମ ପୋଖରୀରେ ବୁଡ଼ ପକାଇଲେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ..କିନ୍ତୁ ଏବେ ବି ତାଙ୍କ ମନରେ ନବୀନ ..ଆଉ ସେ ନବୀନଙ୍କ କଥା ହିଁ ଭାବୁଛନ୍ତି ..ଯେଉଁଥିପାଇଁ ଶହ ଶହ ଲୋକଙ୍କ ସାମ୍ନାରେ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛନ୍ତି .|
- Trending



