ପେଟ୍ରୋଲ-ଗ୍ୟାସ ଦରକୁ ନେଇ ଅସନ୍ତୋଷ | ବିଦା ହେବେ ମୋଦି ସରକାର !

ଦେଶରେ ପୁଣି ଥରେ ମହଙ୍ଗା ମାଡ଼କୁ ନେଇ ବଢ଼ୁଛି ରାଜନୀତିକ ତାତି |  ପେଟ୍ରୋଲ, ଡିଜେଲ ଓ ରାନ୍ଧଣ ଗ୍ୟାସ ଦର ବଢ଼ିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ | ବଜାରରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ଏବେ ଗୋଟିଏ ପ୍ରଶ୍ନ | “ମହଙ୍ଗା ମାଡ଼ରେ ସରକାରଙ୍କୁ ଜବାବ ଦେବେ କି ଜନତା ?” ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବା ବେଳେ ସବୁଠାରୁ ଅଧିକ ଚିନ୍ତାରେ ରହିଛନ୍ତି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ |  କାରଣ ରୋଜଗାର ଯେତେ ବଢ଼ୁନି | ଖର୍ଚ୍ଚ ତାଠୁ ବହୁତ ଦ୍ରୁତ ଗତିରେ ବଢ଼ିଚାଲିଛି |

() ଏବେ ଗୋଟିଏ ସିଲିଣ୍ଡର ଗ୍ୟାସ ନେବା ମଧ୍ୟ ସାଧାରଣ ପରିବାର ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି | ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରୁ ପରିବହନ ଖର୍ଚ୍ଚ ବଢ଼ିଛି |  ତାହାର ସିଧାସଳଖ ପ୍ରଭାବ ପଡ଼ୁଛି ପନିପରିବାଠାରୁ ଆରମ୍ଭ କରି ଦୈନିକ ଖାଦ୍ୟ ସାମଗ୍ରୀ ଉପରେ | କହିବାକୁ ଗଲେ ଲୋକଙ୍କ ତଣ୍ଟି ଚିପିଲେଣି ମୋଦି |  ଲୋକଙ୍କ ପେଟକୁ ଲାତ ମାରୁଛନ୍ତି ଆଉ ଯଦି ନିକଟରେ ଇଲେକ୍ସନ ହୁଏ | ତାହେଲେ ବିଜେପି ସାରା ଦେଶରେ 50 ଟା ବି ସିଟ ପାଇବନି | କେବଳ ସିଟ ନୁହେଁ ପଶ୍ଚିମବଙ୍ଗବାସି ଯେମିତି ଦିଦିଙ୍କୁ ପାନେ ଦେଲେ ଓଡିଶାରେ ଯେମିତି ନବୀନ ଶାସନ ସରିଗଲା |ଠିକ ସେମିତି ମୋଦିଙ୍କୁ ମୋଦିଙ୍କୁ ପାନେ ଦେବେ ଜନତା | ମାନେ କେନ୍ଦ୍ରରେ ମୋଦି ଯୁଗ ସରିଯିବ .|

() କେନ୍ଦ୍ରର ଅବସ୍ଥା ଠୁ ରାଜ୍ୟର ଅବସ୍ଥା ତା ଠୁ ଭୟଙ୍କର ସ୍ଥିତି | ଯଦି ମୋଦି ହାରିଯିବେ | ତାହେଲେ ରାଜ୍ୟରେ ବିଜେପିର ଭାଳେଣି ପଡ଼ିଯିବ | ଏଇଟା କେବଳ ଆମେ ଆକଳନ କରୁନାହୁଁ | ଆଗାମୀ ତିନି ବର୍ଷ ପରେ ଇଲେକ୍ସନ ହେଲେ ଭାରତବାସୀ ପାନେ ଦେବା କଥା ଦେବେ | ଆଉ ମୋଦି ଯିବା କଥା ଥୟ | ସେ ଏବେ ହେଉ କି ତିନି ବର୍ଷ ପରେ ହେଉ | ତାର କାରଣ ହେଉଛି ଗ୍ୟାସ , ପେଟ୍ରୋଲ ଭଳି ସାଧାରଣ ଜିନିଷ | ଆଉ ଏବେ ଏହା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି |

() ତେବେ ସବୁଠୁ ବଡ଼ ପ୍ରଶ୍ନ | ମହଙ୍ଗା ମାଡ଼କୁ ନେଇ ବଢ଼ୁଥିବା ଜନଅସନ୍ତୋଷକୁ ସମ୍ଭାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା ଏହି ଅସନ୍ତୋଷ ଆଗାମୀ ଦିନରେ ରାଜନୀତିକ ଝଡ଼ରେ ପରିଣତ ହେବ ?