Blog
ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କୁ ଟେକି ଦେଇଛି
ବ୍ରହ୍ମପୁରର ଏହି ଘଟଣା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ହିଂସାର ଚିତ୍ରକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି ।ଆଉ ଏହାକୁ ନେଇ ଏବେ ସରକାରଙ୍କୁ ଘେରିଛି ବିଜେଡି ..ଖାସ କରି ଘଟଣାକୁ ନେଇ ରାଜ୍ୟର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ କଡା ଭାଷାରେ ଆକ୍ରମଣ କରିଛନ୍ତି
ନବୀନ କହିଛନ୍ତି ଯେ, “ଏହି ଘଟଣା ଓଡ଼ିଶାବାସୀଙ୍କୁ ଆତଙ୍କିତ ଓ ବିଚଳିତ କରିଛି।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି ଏବଂ ଅପରାଧୀମାନଙ୍କୁ ସୁରକ୍ଷା ଦିଆଯାଉଛି। ଦୋଷୀଙ୍କ ବିରୋଧରେ ତୁରନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ସେ ଏହା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ, “ଓଡ଼ିଶା ଆଉ କେତେ ଲଜ୍ଜିତ ହେବ?”
ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ସରୋଜ ପାଢ଼ୀ। ସେ ନବୀନ ପଟ୍ଟନାୟକଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, “ନବୀନ ବାବୁ ୨୫ ବର୍ଷର ଶାସନ କଥା ଭୁଲି ଯାଉଛନ୍ତି।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ବ ସରକାର ସମୟରେ ମଧ୍ୟ ଅପରାଧୀମାନଙ୍କୁ ପୋଷଣ କରାଯାଇଥିଲା।ଏହି ପ୍ରତିଆକ୍ରମଣ ପରେ ରାଜନୀତିକ ତର୍କ-ବିତର୍କ ଆହୁରି ତେଜିଛି। ଘଟଣାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
- Trending




