Blog
ବାହାରିଲା ଯୁକ୍ତ ଦୁଇ ରେଜଲ୍ଟ, ବାଜି ମାରିଲେ ଛାତ୍ରୀ |
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନ ସାଢେ ୧୨ଟାରେ ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିଛି। CHSE ଅଫିସ୍ରେ ରେଜଲ୍ଟ ଘୋଷଣା କରିବା ସହ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜ୍ଞାନରେ ୮୮.୮୦ ପ୍ରତିଶତ ରହିଛି ପାସ୍ ହାର। ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ବିଜ୍ଞାନରେ ଛାତ୍ରଙ୍କ ପାସ୍ ହାର ୮୭.୪୧%। ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୯୦.୨୪% ରହିଛି।

ବାଣିଜ୍ୟରେ ୮୮.୦୭ ପ୍ରତିଶତ ପାସ୍ ହାର ରହିଛି। ବାଣିଜ୍ୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୮୬.୬୭% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩% ରହିଛି। କଳାରେ ୮୪.୫୦ ପ୍ରତିଶତ ରହିଛି ମୋଟ ପାସ୍ ହାର। କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। କଳାରେ ଛାତ୍ରଙ୍କ ପାସ୍ ହାର ୭୭.୯୭%, ଛାତ୍ରୀଙ୍କ ପାସ୍ ହାର ୮୯.୪୫% ରହିଛି। ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ୍ ହାର ୭୭.୮୨ ପ୍ରତିଶତ ରହିଛି। ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୩.୪୩ ପ୍ରତିଶତ ରହିଛି।

ମୋଟ ୩ ଲକ୍ଷ ୪୧ ହଜାର ୭୮୧ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପାସ୍ ହାର ରହିଛି ୮୫.୮୫ ପ୍ରତିଶତ। ଛାତ୍ରଛାତ୍ରୀମାନେ www.orissaresults.nic.in ଓ www.chseodisha.nic.in ଓ୍ୱେବ୍ସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ନିଜ ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।ଚଳିତ ବର୍ଷ ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ।
- Trending




