Blog
ମହିଳା ଡ୍ରାଇଭରଙ୍କୁ ମିଳିବ ନିଯୁକ୍ତି
ବଦଳିଲା କ୍ରୁଟ ର ନାଁ। କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟରୁ କମ୍ପ୍ରିହେନସିଭ ରିଜିଅନ ଅରବାନ ଟ୍ରାନ୍ସପୋର୍ଟକୁ ପରିବର୍ତ୍ତନ ହେଲା କ୍ରୁଟ। ବିଭିନ୍ନ ଜିଲ୍ଳା ହେଡ କ୍ଵାଟରରେ ଚାଲିବ ନୂତନ ବସ୍। ପ୍ରଥମେ କେଉଁଝର ଜିଲ୍ଲାରେ ୨୫ଟି ବସ ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ସମୟରେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦା, ଅନୁଗୁଳ, ଝାରସୁଗୁଡ଼ା ଓ ବାଲେଶ୍ୱରରେ ଚାଲିବ କ୍ରୁଟର ଆମ ବସ। ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆବଶ୍ୟକ ଅନୁଯାୟୀ ଏହି ବସ ସେବା ସୁବିଧା ଯୋଗାଇ ଦିଆଯିବ।

ଏହି ସମସ୍ତ ବସ ସମ୍ପୂର୍ଣ୍ଣ ଇଭି ବସ ହେବ। ଖୁବ ଶୀଘ୍ର ୨୦୦ ଇଭି ବସ ଆସୁଛି। କଟକ ଭୁବନେଶ୍ୱର ରାଉରକେଲା ପାଇଁ ୧୦୦ ଲେଖାଏଁ ବସ ଓ ସମ୍ବଲପୁର ଓ ବ୍ରହ୍ମପୁର ପାଇଁ ୫୦ ଲେଖାଏଁ ବସ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଦେବେ। ୪ ଜଣ ମହିଳା ଡ୍ରାଇଭର ଏବେ କେଉଁଝରରେ ବସ ଚଳାଉଛନ୍ତି , ଅନ୍ୟ ମହିଳାଙ୍କୁ ମଧ୍ୟ ଖୁବ ଶୀଘ୍ର ନିଯୁକ୍ତି ଦିଆଯିବ । ଆଗକୁ ଯେଉଁଠି ବସ ଚାଲି ପାରିବନି ସେଠି ଇ-ରିକ୍ସା ବ୍ୟବସ୍ଥା ମଧ୍ୟ କରାଯିବ। ତୃତୀୟ ଲିଙ୍ଗୀଙ୍କୁ ଇ-ରିକ୍ସା ଚାଲେଇବା ପାଇଁ ପ୍ରାଧାନ୍ୟ ଦିଆଯିବ।

ବସ ଷ୍ଟାଣ୍ଡ ଗୁଡିକ ମଧ୍ୟ ଡିଜିଟାଲ କରାଯିବ। ଭେଣ୍ଡିଙ୍ଗ ମେସିନ ବ୍ୟବସ୍ଥା ଓ ଡିଜିଟାଲ ବିଜ୍ଞାପନ ବ୍ୟବସ୍ଥା ବସ ଷ୍ଟପରେ କରାଯିବ। ବସ ଦୁର୍ଘଟଣା ରୋକିବା ପାଇଁ ବସ ରେ ଲାଗିବ ଆଡ଼ାଶ ସିଷ୍ଟମ। ପୁରୁଣା ଡିଜେଲ ବସକୁ ଏକ୍ସଚେଞ୍ଜ କରି ନୂଆ ଇଭି ବସ ଆଣିବାକୁ ପ୍ରୟାସ ଆରମ୍ଭ କରାଯାଇଛି। ଜଣେ ଡ୍ରାଇଭର 8 ଘଣ୍ଟାରୁ ଅଧିକ ଗାଡ଼ି ଚଳାଇପାରିବେନି। ଗାଡ଼ିରେ ସ୍ପିଡ଼ ଗଭାର୍ନର ଲଗାଯାଇଛି। ୫୦ ରୁ ଅଧିକ ବେଗରେ ଗାଡ଼ି ଯାଇପାରିବ ନାହିଁ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।
- Trending




