୩ ଦଫା ଦାବିରେ ଆନ୍ଦୋଳନ | ଅନଲାଇନ ଔଷଧ ବିକ୍ରିକୁ ବିରୋଧ |

ସାରା ଦେଶରେ ଔଷଧ ଦୋକାନ ବନ୍ଦ ଡାକରାର ପ୍ରଭାବ | ରାୟଗଡ଼ାରେ ମଧ୍ୟ ବନ୍ଦ ଡାକରାକୁ ମିଳିଛି ବ୍ୟାପକ ସମର୍ଥନ | ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସର୍ବଭାରତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ମହାସଂଘ | ଅନଲାଇନରେ ଔଷଧ ବିକ୍ରି ବନ୍ଦ କରିବା | କର୍ପୋରେଟ ସଂସ୍ଥା ଦ୍ୱାରା ଅତ୍ୟଧିକ ରିହାତି ବନ୍ଦ କରିବା ଏବଂ ମାର୍କେଟରୁ ନକଲି ଔଷଧ ହଟାଇବା ଦାବିରେ ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଛି |

ରାୟଗଡ଼ା ଜିଲ୍ଲାରେ ମଧ୍ୟ ଶତାଧିକ ଔଷଧ ଦୋକାନୀ ଏହି ବନ୍ଦରେ ସାମିଲ ହୋଇଥିବା ବେଳେ ରୋଗୀଙ୍କ ସୁବିଧା ପାଇଁ କିଛି ଜରୁରୀ ସେବା ଜାରି ରହିଛି | ସହର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଆନ୍ଦୋଳନର ପ୍ରଭାବ | ସର୍ବଭାରତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ମହାସଂଘ ପକ୍ଷରୁ ଦିଆଯାଇଥିବା ଏକ ଦିନିଆ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଜିଲ୍ଲାର ଔଷଧ ବ୍ୟବସାୟୀମାନେ | ଏଥିରେ ଜିଲ୍ଲାର ପ୍ରାୟ ୪୩୨ଟି ଔଷଧ ଦୋକାନ ଏହି ବନ୍ଦରେ ସାମିଲ ହୋଇଛି | ଫଳରେ ସହରର ବିଭିନ୍ନ ଅଞ୍ଚଳରେ ଔଷଧ ଦୋକାନ ବନ୍ଦ ରହିଛି |

ଦୋକାନକୁ ଜରୁରୀ ସେବା ପାଇଁ ଖୋଲା ରଖିବାକୁ ଅନୁମତି ଦିଆଯାଇଛି | ଜିଲ୍ଲାର ଭେଷଜ ନିରୀକ୍ଷକ ଶ୍ରୀମତୀ ସାରଳା ନାୟକଙ୍କ ପକ୍ଷରୁ ସହରର ଦୁଇଟି ଔଷଧ ଦୋକାନକୁ ଜରୁରୀକାଳୀନ ସେବା ପାଇଁ ଅନୁମତି ଦିଆଯାଇଛି କିନ୍ତୁ 100 ଟା ଜାଗାରେ ଯଦି 2 ଟା ଖୋଲିବ | ନିହାତି ଭାବରେ ରୋଗୀ ହଇରାଣ ହେବେ | ଆଗକୁ ଏହି ଦାବି ଉପରେ କଣ ପଦକ୍ଷେପ ନିଆଯାଉଛି | ତାହା ଉପରେ ରହିଛି ସମସ୍ତଙ୍କ ନଜର |