ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ …. |

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟର ସମସ୍ତ ମଦ୍ରାସାରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଗାନ ବାଧ୍ୟତାମୂଳକ। ପଶ୍ଚିମବଙ୍ଗରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ସ୍ୱୀକୃତିପ୍ରାପ୍ତ ମଦ୍ରାସାଗୁଡ଼ିକରେ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯାଇଛି। ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶ୍ଚିମବଙ୍ଗ ସରକାର। ସମସ୍ତ ମଦ୍ରାସାଗୁଡ଼ିକରେ କ୍ଲାସ ଆରମ୍ଭ ହେବା ପୂର୍ବରୁ ପ୍ରାର୍ଥନା ସମୟରେ ବନ୍ଦେ ମାତରମ୍ ଗାନ କରିବା ବାଧ୍ୟତାମୂଳକ।

ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଏହି ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୁରୁଣା ନିୟମକୁ ବଦଳାଇ ମଦ୍ରାସାଗୁଡ଼ିକୁ ଏବେ ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ। ଏହି ନୂତନ ନିୟମ ସରକାରୀ ପରିଚାଳିତ ମଡେଲ୍ ମଦ୍ରାସା ଇଂରାଜୀ ମାଧ୍ୟମ ଠାରୁ ଆରମ୍ଭ କରି ସମସ୍ତ ସାହାଯ୍ୟପ୍ରାପ୍ତ ଏବଂ ଅଣ ସାହାଯ୍ୟପ୍ରାପ୍ତ ମଦ୍ରାସା ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ।


ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ଗତ ୧୪ ତାରିଖରେ ସ୍କୁଲ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲରେ ବନ୍ଦେ ମାତରମ୍ ଗାନ ବାଧ୍ୟତାମୂଳକ କରିଥିଲେ।