Blog
ବେକାରଙ୍କ ‘ଅସରପା’ ଦଳ | ଭାଙ୍ଗିବ କି ବଡ଼ ବଡ଼ ପାର୍ଟିର ଗର୍ବ?
ଏବେ ସବୁଠି ବିଜେପିର ରାଜ ଚାଲିଛି | ଆଉ ଏହାକୁ ଟକ୍କର ଦେବା ପାଇଁ କୌଣସି ରାଜନୈତିକ ଦଳ ପାଖରେ ଦମ ନାହିଁ | ଯାହା ଧୀରେ ଧୀରେ ସ୍ପଷ୍ଟ ହୋଇଯାଇଛି | ଠିକ ସେତିକି ବେଳେ ଏମିତି ଏକ ଦଳ ଆସିଛି | ଯିଏ କି ବିଜେପି କୁ ଟକ୍କର ଦେଉଛି | ରାଜନୈତିକି ଦଳ ନ ହୋଇ ବି ମୋଦିଙ୍କ ନିଦ ହଜାଇ ଦେଇଛି | ଶାସକ ଦଳ ବିଜେପିର ଇନଷ୍ଟାଗ୍ରାମ ଫଲୋଅର୍ସଙ୍କୁ ବି ପଛରେ ପକାଇ ଦେଇଛି | ସେହି ଦଳର ନାଁ ଏବେ ବିଜେପି କାର୍ଯ୍ୟାଳୟରୁ ଆରମ୍ଭ କରି ରାସ୍ତା ଘାଟ ଚାରିଆଡେ ଚର୍ଚ୍ଚା |

ବେକାରଙ୍କ ‘ଅସରପା’ ଦଳ ବା ‘କୋକ୍ରୋଚ୍ ଜନତା ପାର୍ଟି’ | ଏହି ଦଳକୁ ପାଗଳ ଭଳି ସମସ୍ତେ ପସନ୍ଦ କରିଛନ୍ତି .| ସାରା ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି | ସୁପ୍ରିମକୋର୍ଟଙ୍କ ଏକ ଟିପ୍ପଣୀରୁ ଜନ୍ମ ନେଇଥିବା ଏହି ଆନ୍ଦୋଳନ ଆଜି ଏକ ଭିନ୍ନ ରୂପ ନେଇଛି | ୨୦୨୬ ମସିହା ମେ’ ମାସ ୧୫ ତାରିଖ ଦିନ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିଲା | ଏହି ସମୟରେ ମାନ୍ୟବର ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜିକାଲି କିଛି ଯୁବକ ଅସରପା ବା ‘କୋକ୍ରୋଚ୍’ ଭଳି ହୋଇଗଲେଣି, ଯେଉଁମାନଙ୍କୁ କୌଣସି ଚାକିରି କିମ୍ବା ବୃତ୍ତି ମିଳୁନାହିଁ ବୋଲି କହିଥିଲେ |

ଏହି ଅସରପା ଶବ୍ଦକୁ ନେଇ ଦେଶର ବେକାର ଯୁବପିଢ଼ିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା | ବାସ ଏହା ପରେ କୋକ୍ରୋଚ୍ ଜନତା ପାର୍ଟି ଉଭା ହେଲା | ଆମ ଆଦମୀ ପାର୍ଟିର ପୂର୍ବତନ ସୋସିଆଲ ମିଡିଆ ରଣନୀତିକାର ଅଭିଜିତ ଦୀପକେ ଏକ ନୂଆ ମଞ୍ଚର ଘୋଷଣା କଲେ | ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ପାର୍ଟରେ ୪୦ ହଜାରରୁ ଅଧିକ ସଦସ୍ୟ ଯୋଡ଼ି ହୋଇଗଲେ ଆଉ ଏବେ ୩ ଲକ୍ଷ ୫୦ ହଜାର ପାର୍ କରିସାରିଛି | ଯାହା ବିଜେପି ଠାରୁ ଅଧିକ |

ମିମ୍ ଏବଂ ବ୍ୟଙ୍ଗରୁ ଆରମ୍ଭ ହୋଇଥିବା ଏହି ଡିଜିଟାଲ୍ ପାର୍ଟି ଏବେ କେବଳ ସୋସିଆଲ ମିଡିଆରେ ସୀମିତ ନାହିଁ। ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀର ଭଳି ରାଜ୍ୟକୁ ଏହା ବ୍ୟାପିବାରେ ଲାଗିଛି | ତେବେ ପ୍ରଶ୍ନ ଉଠୁଛି, ‘କୋକ୍ରୋଚ୍ ଜନତା ପାର୍ଟି’ କେବଳ ଏକ ଡିଜିଟାଲ୍ ତାମସା ନା ଭାରତର ବେକାରୀ ସମସ୍ୟା ବିରୋଧରେ ଯୁବପିଢ଼ିଙ୍କ ଏକ ନୂଆ ବିଦ୍ରୋହ? CJP ନିର୍ବାଚନ ଜିତିବ କି ନାହିଁ ତାହା ଭିନ୍ନ କଥା, କିନ୍ତୁ ଏହା ଦେଶର ବଡ଼ ବଡ଼ ରାଜନୈତିକ ଦଳଙ୍କ ନିଦ ହଜାଇ ଦେଇଛି ଏବଂ ଶାସନ ବ୍ୟବସ୍ଥାକୁ ଏକ ବଡ଼ ଦର୍ପଣ ଦେଖାଇଛି |
- Trending



