ସେଲଫି ନେଉ ନେଉ ମୃତ୍ୟୁ ମୁହଁରେ !

I am text block. Click edit button to change this text. Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo.

ଟ୍ରେନ୍ ଉପରେ ଚଢ଼ିଥିଲେ .. ମୋବାଇଲ୍ କ୍ୟାମେରା ଅନ୍ କରିଥିଲେ.. ସେଲଫି ନେଉଥିଲେ …ଆଉ ରିଲ୍ ବନାଉଥିଲେ | ହେଲେ ବୋଧହୁଏ ସେ ଜାଣିନଥିଲେ | ଏହି କିଛି ସେକେଣ୍ଡର ଭିଡିଓ… ତାଙ୍କ ଜୀବନକୁ ବଦଳାଇ ଦେଇପାରେ | ରବିବାର ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଅଭାବନୀୟ ଘଟଣା | ଆହତ ଯୁବକ ହେଲେ ରାଜସ୍ଥାନର ରାଜ କୁମାର | ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିବା ସୂଚନା ମିଳିଛି…

ରବିବାର ଦିନ ରାଜ ମଞ୍ଚେଶ୍ୱର ରେଳ ଷ୍ଟେସନକୁ ଯାଇଥିଲେ | ଆଉ ସେଠାରେ ଏକ ଟ୍ରେନ୍ ବଗି ଉପରକୁ ଚଢ଼ି ମୋବାଇଲରେ ସେଲଫି ଓ ରିଲ୍ ବନାଉଥିଲେ| ହେଲେ ଠିକ୍ ସେହି ସମୟରେ ଘଟିଥିଲା ଭୟଙ୍କର ଅଘଟଣ | ଟ୍ରେନ୍ ଉପରେ ଥିବା ହାଇ ଭୋଲଟେଜ୍ ବିଦ୍ୟୁତ୍ ତାର ନିକଟକୁ ଚାଲି ଯାଇଥିଲେ ରାଜ | ଆଉ କିଛି କ୍ଷଣ ଭିତରେ ହୋଇଥିଲା ଜୋରଦାର ବିସ୍ଫୋରଣ ଭଳି ଶବ୍ଦ |ବିଦ୍ୟୁତ୍ ଆଘାତରେ ସେ ଛିଟିକି ପଡ଼ିଥିଲେ ପ୍ଲାଟଫର୍ମ ଉପରକୁ |

ଆଉ ଗୁରୁତର ଭାବେ ପୋଡ଼ି ଯାଇଥିଲା ତାଙ୍କ ଶରୀର | ଘଟଣାସ୍ଥଳରେ ଥିବା ଲୋକେ ଏହା ଦେଖି ଭୟଭୀତ ହୋଇପଡ଼ିଥିଲେ | ତୁରନ୍ତ ଆହତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା | ପ୍ରଥମେ ରେଳବାଇ ହସ୍ପିଟାଲକୁ ନିଆଯାଇଥିଲା | ହେଲେ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି | ସୋସିଆଲ ମିଡିଆରେ ଲୋକପ୍ରିୟ ହେବାର ନିଶା |ରିଲ୍ ପାଇଁ ବଢୁଥିବା କ୍ରେଜ୍ | ଆଉ ଭ୍ୟୁ ଆଉ ଲାଇକ୍ ପାଇଁ ବିପଦକୁ ଖାତିର ନକରିବା | ଏବେ ଯୁବପିଢ଼ିଙ୍କ ପାଇଁ ପାଲଟିଛି ବଡ଼ ଚିନ୍ତାର ବିଷୟ. |