ସରକାରୀ ବସ୍‌ରେ ମହିଳା ଫ୍ରୀ ଯାତ୍ରା !

ମହିଳା ସଶକ୍ତୀକରଣ ଦିଗରେ ବଡ଼ ପଦକ୍ଷେପ | ମହିଳାଙ୍କ ପାଇଁ ବଡ଼ ଉପହାର | ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ବସ୍‌ରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଉପଲବ୍ଧ ହେବ। ମହିଳାମାନଙ୍କୁ ସାଧାରଣ ପରିବହନର ସହଜ ଉପଯୋଗ କରିବାରେ ସାହାଯ୍ୟ କରିବା ପାଇଁ ସରକାର ଏହି ଘୋଷଣା କରିଛନ୍ତି।.ଆଉ ଏଥିପାଇଁ ମିଳିବ ସ୍ୱତନ୍ତ୍ର ସ୍ମାର୍ଟ କାର୍ଡ |ମହିଳା ସଶକ୍ତୀକରଣ ଦିଗରେ ପଶ୍ଚିମବଙ୍ଗ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି |


ଏହି ଯୋଜନା ଅନୁସାରେ ମହିଳାମାନେ କୌଣସି ଭଡ଼ା ନଦେଇ ସରକାରୀ ବସ୍‌ରେ ଯାତ୍ରା କରିପାରିବେ | କେବଳ ସହର ଭିତରେ ନୁହେଁ ଦୂରଗାମୀ ସରକାରୀ ବସ୍‌ରେ ମଧ୍ୟ ଏହି ସୁବିଧା ମିଳିବ ଅର୍ଥାତ ଦୈନିକ ଅଫିସ୍ ଯାଉଥିବା ମହିଳା , ଛାତ୍ରୀ , କାର୍ଯ୍ୟରତ ମହିଳା , ବ୍ୟବସାୟୀ କିମ୍ବା ଗ୍ରାମାଞ୍ଚଳର ମହିଳା ସମସ୍ତେ ଏହାର ଲାଭ ପାଇବେ | ଖାଲି ସେତିକି ନୁହେଁ ଏହି ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ଆସୁଛି ସ୍ମାର୍ଟ କାର୍ଡ ବ୍ୟବସ୍ଥା | ସରକାରଙ୍କ ପକ୍ଷରୁ ମହିଳାଙ୍କୁ ଦିଆଯିବ ସ୍ୱତନ୍ତ୍ର ଡିଜିଟାଲ୍ ସ୍ମାର୍ଟ କାର୍ଡ ଏଥିରେ ରହିବ କ୍ୟୁଆର କୋଡ଼ , ନାଁ , ଫଟୋ ଆଉ ଆବଶ୍ୟକ ତଥ୍ୟ. |

ଯାତ୍ରା ବେଳେ କାର୍ଡ ଦେଖାଇଲେ ମିଳିବ ମାଗଣା ଯାତ୍ରାର ସୁବିଧା | ଏହି ସମୟରେ ବସ୍ କଣ୍ଡକ୍ଟର ଆଇଡି ଯାଞ୍ଚ କରିବା ପରେ ମହିଳାମାନଙ୍କୁ ଏକ ‘ଜିରୋ ଭାଲ୍ୟୁ ଟିକେଟ୍’ ବା ଥର୍ମାଲ ପେପର ଟିକେଟ୍ ପ୍ରଦାନ କରିବେ।