
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତ ଲୁହାଖାନ ଗ୍ରାମ ର ଖେଳ ପଡିଆ ଠାରେ 5 ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ ଇଦଯାପିତ ହୋଇଯାଇଛି ପ୍ରଥମ ସେମି ଫାଇନାଲ ମ୍ୟାଚ ପିପଲ ଡାବର ଓ ରେଙ୍ଗାଲି ଗ୍ରାମ ମଧ୍ୟରେ ଏବଂ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ରାଖୀଉଡାର ଓ ଆଡେନଡୁଙ୍ଗୁରି ମଧ୍ୟରେ ହୋଇଥିଲା l ଫାଇନାଲ ଖେଳ ପିପଲ ଡାବର ଓ ଆଡେନଡୁଙ୍ଗୁରି ମଧ୍ୟରେ ହୋଇଥିବା ବେଳେ ଆଡେନଡୁଙ୍ଗୁରି ଗାଁ ଦଳ ବିଜୟୀ ହୋଇ ଚମ୍ପିୟାନ ବିଜୟ ଘୋଷିତ ହୋଇଥିଲେ l

ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଶୀଲ କୁମାର ଚାନ୍ଦ ତଥା ବଲାଙ୍ଗୀର ବିଧାୟକ ଙ୍କ ପ୍ରତନିଧି ସମ୍ମାନୀୟ ଅତିଥି ରୂପେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟାନିଧି ଖମାରୀ,ବିଜେଡି ନେତା ଅଚ୍ୟୁତ ମିଶ୍ର, ରାମଚନ୍ଦ୍ପୁର ଗ୍ରାମ ପଂଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ଶମ୍ଭୁ ଭୁଏ, ସଦାନନ୍ଦ ଭାଟି, ପ୍ରଶାନ୍ତ ପଟେଲ, ସଂଜିତ ନାଗ, ନିରଞ୍ଜନ ନାଗ ଜଗନ୍ନାଥ ନନ୍ଦ,ବିଷ୍ଣୁ ମଟାରୀ,ସୁଶୀଲ ନନ୍ଦ, ନରେନ୍ଦ୍ର ପୁଟେଲ ଚନ୍ଦ୍ରଶେଖର ବାଗ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ l ରୋଏଲ ଏ କ୍ସ ଆଇ ଦଳ ର ସଭାପତି ପ୍ରକାଶ ବକୁଳ, ସମ୍ପାଦକ ଯଶୋବନ୍ତ ବକୁଳ, ଆମ୍ପିୟର ରୂପେ ଶେଷଦେବ ନନ୍ଦ, କିଶୋର ଭାଟି, ସୁରେଶ ନନ୍ଦ, ଦାୟିତ୍ୱ ନେଇ କାର୍ଯ୍ୟ ତୁଲାଇ ଥିଲେ l ଧାରା ବିବରଣୀ ଦାୟିତ୍ୱରେ ସନ୍ୟାସୀ ବିଶ୍ୱାଳ, ଓ ପଦ୍ମଲୋଚନ ନନ୍ଦ, କାର୍ଯ୍ୟ ତୁଲାଇ ଥିଲେ l ଖେଳକୁ ବିଭିନ୍ନ କାର୍ଯ୍ୟ ରେ ଅମିତ ପଟେଲ, ଦିବ୍ୟ ବାଗ, ବିଶ୍ୱନାଥ ମହାଳିଙ୍ଗ, ରଞ୍ଜନ ଭୁଏ, ଡିଙ୍ଗର ଭାଟି, ଦୀପକ ବାଗ, ସ୍ୱାଗତ ସେଠ, ଶ୍ରୀବନ୍ତ ବକୁଳ ଖେଳ ପରି ଚାଳନା ରେ ସହଯୋଗ କରିଥିଲେl







