Blog
ଖୁବଶୀଘ୍ର ଗଡ଼ିବ ହାଇଡ୍ରୋଜେନ ଚାଳିତ ସରକାରୀ ବସ୍
ଭୁବନେଶ୍ୱର, ୬/୬/୨୦୨୬: ସବୁଜ ଓ ସ୍ୱଚ୍ଛ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଲୋକଙ୍କ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଖୁବଶୀଘ୍ର ଗଡ଼ିବ ହାଇଡ୍ରୋଜେନ ଚାଳିତ ସରକାରୀ ବସ୍ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ ଓ କୋଣାର୍କ ମଧ୍ୟରେ ଏହି ବସ୍ ଚଳାଚଳ କରିବ। ପରେ ଅନ୍ୟ ଅଞ୍ଚଳକୁ ଚଳାଚଳ କରିବା ନେଇ ଯୋଜନା ରହିଥିବା ଜଣାପଡ଼ିଛି।
ହାଇଡ୍ରୋଜେନ ଚାଳିତ ବସ୍ ହେଉଛି ଏକ ଅତ୍ୟାଧୁନିକ ପ୍ରଦୂଷଣମୁକ୍ତ ବସ୍, ଯାହା ହାଇଡ୍ରୋଜେନରେ ଚାଲିଥାଏ, ଯାହାକି ଭବିଷ୍ୟତର ସ୍ୱଚ୍ଛ ପରିବହନ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସହାୟକ ହେବ ।
ହାଇଡ୍ରୋଜେନ ବସ୍ ଚଳାଚଳ ଦ୍ୱାରା ବାୟୁ ପ୍ରଦୂଷଣ କମିବା ସହ ସ୍ୱଚ୍ଛ ପରିବହନ ବ୍ୟବସ୍ଥା ଗଢ଼ି ଉଠିବ, ଗ୍ରୀନ୍ ଏନର୍ଜି ବ୍ୟବହାର ବୃଦ୍ଧି ପାଇବ ଏବଂ ପରିବେଶ ସୁରକ୍ଷାରେ ସହାୟକ ମଧ୍ୟ ହେବ ।
- Trending




