ଦିଲ୍ଲୀରେ ମୋହନ-ମନମୋହନ, କଣ ନିଷ୍ପତ୍ତି ନେଲେ ମୋଦି ?

ହଁ ଆଂଜ୍ଞା ଅଚାନକ ମୋହନ-ମନମୋହନଙ୍କ ଦିଲ୍ଲୀ ଗସ୍ତ ପରେ ଏମିତି ଜୋରଦାର୍ ଚର୍ଚ୍ଚା ଚାଲିଛି । କିନ୍ତୁ କଣ ପାଇଁ ଡାକରା ଆସିଛି ତାହା ସ୍ପଷ୍ଟ ହୋଇନାହିଁ ? କିନ୍ତୁ ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରଠାରୁ ବିଭିନ୍ନ ସମୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ହୋଇଛି ।ଅନେକ ବିଧାୟକ ଏବେ ବି ମନ୍ତ୍ରୀ ପଦ ଆଶାରେ ଅଛନ୍ତି । ସେହିପରି ବହୁ ବୋର୍ଡ ଓ ନିଗମରେ ଏପର୍ଯ୍ୟନ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ଖାଲି ପଡ଼ିଛି ।

ଯେହେତୁ ଆଗକୁ ରହିଛି ପଞ୍ଚାୟତ ଓ ପୌର ନିର୍ବାଚନ ତେଣୁ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସକ୍ରିୟ କରିବାକୁ ଲାଗିପଡିଛନ୍ତି । ହାଇକମାଣ୍ଡ ଏଥିପାଇଁ ହୋମ୍ ୱର୍କ ସରିଛି। ମନ୍ତ୍ରୀ ପରିଷଦରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୧୬ ଜଣ ମନ୍ତ୍ରୀ ଅଛନ୍ତି । କିନ୍ତୁ ନିୟମ ଅନୁଯାୟୀ ବିଧାନସଭାର ମୋଟ୍ ଆସନର ୧୫ ପ୍ରତଶତ ଅର୍ଥାତ୍ ୨୧ ଜଣ ମନ୍ତ୍ରୀ ରହିପାରିବେ। ଅନ୍ୟପକ୍ଷରେ ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଓଭରଲୋଡିଂ ଯୋଗୁ ସରକାରୀ କାମ ବି ବାଧାପ୍ରାପ୍ତ ହେଉଛି । ହେଲେ ଏହି ଚର୍ଚ୍ଚା ଭିତରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ।

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ କିଛି ଦିନ ପୂର୍ବରୁ ମନ୍ତ୍ରୀମାନେ ନିଜ ନିଜର ପୋଗ୍ରେସ୍ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଅଭିଜ୍ଞତା ଏବଂ ସରକାରଙ୍କ ବିଶ୍ବାସକୁ ଜିଣି ପାରୁଥିବା ବିଧାୟକଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି । ସେପଟେ ବୋର୍ଡ, ନିଗମ ଅଙ୍କ ବି ଛିଡୁନଥିଲା । ହେଲେ ଦେଖାଯାଉ କେବେ ସମସ୍ୟା ଦୂର ହେଉଛି ।