Blog
୨୦୨୯ରେ ପ୍ରଧାନମନ୍ତ୍ରୀ, ହେବେ କି ମୋଦି ?
ଭାରତୀୟ ରାଜନୀତିର ସବୁଠାରୁ ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରୁ ଜଣେ ନରେନ୍ଦ୍ର ମୋଦି । ୨୦୧୪ରୁ କେନ୍ଦ୍ରରେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ । ଦେଶର ରାଜନୀତିରେ ଆଜି ବି ସେ ବିଜେପିର ସବୁଠାରୁ ବଡ଼ ଚେହେରା କିନ୍ତୁ ସମୟ ସହିତ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଜୋର ଧରୁଛି । ୭୫ ବର୍ଷ ପାର୍ କରିଥିବା ମୋଦି କି ବିଜେପିର ଅଲିଖିତ ପରମ୍ପରାକୁ ପାଳନ କରିବେ ? ନା ଦଳ ପାଇଁ ଏହି ପରମ୍ପରାରେ ଭଙ୍ଗ କରିବେ ?

ଭାରତୀୟ ଜନତା ପାର୍ଟି ୨୦୧୪ରେ ଏକ ଅଲିଖିତ ନିୟମ ଆରମ୍ଭ କରିଥିଲା, ଯାହା ଅନୁଯାୟୀ ୭୫ ବର୍ଷ ବୟସ୍କ ନେତାମାନେ ନିର୍ବାଚନ ଲଢିବେ ନାହିଁ ଏବଂ କୌଣସି ପ୍ରଶାସନିକ ପଦବୀ ଗ୍ରହଣ କରିବେ ନାହିଁ । ଏହି ନୀତି ଆଧାରରେ ଲାଲ କୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ଭଳି ଅନେକ ବରିଷ୍ଠ ନେତା ନିର୍ବାଚନୀ ରାଜନୀତିରୁ ଅବସର ନେଇ ‘ମାର୍ଗଦର୍ଶକ ମଣ୍ଡଳ’କୁ ଯାଇଥିଲେ । ହେଲେ ଏବେ ମୋଦିଙ୍କ ଉପରେ ସମସ୍ତଙ୍କ ନଜର ।
କାରଣ ୨୦୨୯ ଲୋକସଭା ନିର୍ବାଚନକୁ ଏବେ ବି ପ୍ରାୟ ତିନି ବର୍ଷ ବାକି ! ସେଥିପାଇଁ ବିଜେପି ଏବେ କୌଣସି ଔପଚାରିକ ଘୋଷଣା କରିନାହିଁ । ହେଲେ ରାଜନୈତିକ ମହଲରେ ଏହି ଚର୍ଚ୍ଚା ଜୋର ଧରିଛି ଯେ ଆଗାମୀ ନିର୍ବାଚନରେ ମୋଦି ନିଜ କଥା ରଖିବେ ନା ୨୦୨୯ ରେ ପୁଣିଥରେ ବିଜେପି ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ଏହା ତ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ, କିନ୍ତୁ ଯଦି ମୋଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେନି ତାହେଲେ ଆଉ ଆଉ କିଏ ନେବେ ବିଜେପିର ନେତୃତ୍ଵ ? ତେବେ ଅନେକ ନାମକୁ ନେଇ ରାଜନୈତିକ ଆଲୋଚନା ହୋଇପାରେ ।
ହେଲେ ଦେଖଃଯାଉ କଣ ନିଷ୍ପତ୍ତି ନେଉଛନ୍ତି ମୋଦି ..ପରମ୍ପରା ବଜାୟ ରଖୁଛନ୍ତି ନା ଭାଙ୍ଗୁଛନ୍ତି ..
- Trending




